ଆସନ୍ତାକାଲି ବିଜେଡି କରିବ ଶାନ୍ତିପୂର୍ଣ୍ଣ ପ୍ରତିବାଦ
ଭୁବନେଶ୍ୱର : ସାରା ଦେଶରେ ନୋଟ୍ ଅଭାବ ସମସ୍ୟା ଦେଖାଦେଇଥିବା ବେଳେ ଏହାକୁ ନେଇ ବିଜେଡି, ମୋଦି ସରକାରଙ୍କ ଉପରେ ବର୍ଷିଛି। ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଭୁବନେଶ୍ୱରରେ ଏକ ପ୍ରେସମିଟ୍ କରି କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି।
ଏହାର ପ୍ରତିବାଦରେ ଆସନ୍ତାକାଲି ସାରା ରାଜ୍ୟରେ ବିଜେଡି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବ। ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କ୍ ଏବଂ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ଆଗରେ ପ୍ରତିବାଦ କରାଯିବ। ଏଥିସହ ସବୁ ସବ୍ଡିଭିଜନ ଓ ବ୍ଲକରେ ଥିବା ବ୍ୟାଙ୍କ ସାମ୍ନାରେ ମଧ୍ୟ ପ୍ରତିବାଦ କରାଯିବ ବୋଲି ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି।
ସେପଟେ ବିଜେଡିର ପ୍ରତିବାଦ ପ୍ରସ୍ତୁତିକୁ ନେଇ ବିଜେପି ପ୍ରତିକ୍ରିୟାରେ କହିଛି ବିଜେଡି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ଲାଗି ଚେଷ୍ଟା କରୁଛି।