ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ୍‌ କଲେଜ୍‌ ଛୁଟି

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ୍‌ , କଲେଜ୍‌ ଛୁଟି ରହିବ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ବିୟୋଗରେ ରାଜ୍ୟ ସରକାର ଆସନ୍ତାକାଲି ତା ୧୭.୦୮.୨୦୨୮ରେ ସରକାରୀ ଛୁଟି ଘୋଷଣା କରିଛନ୍ତି।

ଏହାସହ ଆଜିଠାରୁ  ୭ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରିଛନ୍ତି। ଏହି ୭ଦିନ ଧରି  ରାଜ୍ୟର ସମସ୍ତ ସରକାରୀ କୋଠାବାଡିରେ  ଜାତୀୟ  ପତାକା  ଅର୍ଦ୍ଧନମିତ  ରହିବା ସହିତ କୌଣସି  ସରକାରୀ  ଉତ୍ସବ ପାଳନ କରାଯିବ ନାହିଁ।

ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି  ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍ ସହିତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

You might also like