ଦିବଂଗତ ନେତା ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅସ୍ଥି ବିସର୍ଜନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅସ୍ଥି ବିସର୍ଜନ ହେବ। ଦେଶର ବିଭିନ୍ନ ନଦୀରେ ହେବାକୁ ଥିବା ଏହି ଅସ୍ଥି ବିସର୍ଜନର ଆରମ୍ଭ ହରିଦ୍ୱାରର ଗଙ୍ଗାନଦୀରେ ହେବ। ଏନେଇ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଏହି ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ଅଟଳ ବିହାରୀ ବାଜପେୟୀଙ୍କ ପାଳିତା କନ୍ୟା ନମିତା ଏବଂ ନାତୁଣୀ ନିହାରିକା ଭଟ୍ଟାଚାର୍ଯ୍ୟଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ୍‌ ଓ ବିଜେପି ନେତା ଭୁପେନ୍ଦ୍ର ଯାଦବ ଯୋଗଦେବେ।

ପୂର୍ବରୁ ୟୁପିର ସମସ୍ତ ନଦୀରେ ଅସ୍ଥି ବିସର୍ଜନ ପାଇଁ ଯୋଗୀ ଆଦିତ୍ୟନାଥ କହିଥିଲେ । ୟୁପି ସମେତ ଆନ୍ଧ୍ରପ୍ରଦେଶ, ଗୁଜରାଟ, ଓଡ଼ିଶା, ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ତେଲେଙ୍ଗାନାର ବିଭିନ୍ନ ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯିବ।

ଆହୁରି ମଧ୍ୟ ପଢ଼ନ୍ତୁ- ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଜଳିଲା ବାଜପେୟୀଙ୍କ ଚିତା

You might also like