ରାଲିରେ ବେହୋସ ହୋଇଗଲେ ବିଜେପି କର୍ମୀ, ନିଜ ଡାକ୍ତରୀ ଟିମ୍‌ଙ୍କୁ ପଠାଇଲେ ମୋଦି

ତାମୁଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମସ୍ଥିତ ତାମୁଲପୁର (Assam Assembly Election 2021) ରାଲିକୁ ସମ୍ବୋଧନ କରୁଥିଲେ। ସମ୍ବୋଧନ ସମୟରେ ବି ପ୍ରଧାନମନ୍ତ୍ରୀ କେତେ ସତର୍କ ଆଉ ସଚେତନ  ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ହଠାତ୍‌ ଭାଜପାର ଜଣେ କର୍ମକର୍ତ୍ତା ପାଣି ନ ପାଇ ଅଚେତ ହୋଇଗଲେ। ପ୍ରଧାନମନ୍ତ୍ରୀ ଏହା ଦେଖିବା କ୍ଷଣି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ମେଡିକାଲ ଟିମ୍‌କୁ କାର୍ଯ୍ୟକର୍ତ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପିଏମ୍‌ ମୋଦି ନିଜ ଭାଷଣରେ ହିଁ କହିଥିଲେ, ଏଠି ଯେଉଁ ପିଏମଓର ମେଡିକାଲ ଟିମ୍‌ ଅଛନ୍ତି, ଟିକିଏ ସେଠାକୁ ଯିବେ, ଯେଉଁଠାରେ ଜଣେ କର୍ମକର୍ତ୍ତା ପାଣି ଅଭାବରୁ ଯନ୍ତ୍ରଣା ଭୋଗୁଛନ୍ତି। ତୁରନ୍ତ ତାଙ୍କୁ ସାହାଯ୍ୟ କରନ୍ତୁ। ମୋ ସହ ଯେଉଁ ଡାକ୍ତର ଆସିଛନ୍ତି, ସେମାନେ ଆମର ଏହି ସାଥୀଙ୍କୁ ସାହାଯ୍ୟର ହାତ ବଢାନ୍ତୁ।’

ଏହା ପୂର୍ବରୁ ପିଏମ ମୋଦି କହିଥିଲେ, ଏନଡିଏର ଡବଲ ଇଞ୍ଜିନ ସରକାର ଗତ ୫ ବର୍ଷ ମଧ୍ୟରେ ଆସାମ ଲୋକଙ୍କୁ ଡବଲ ଫାଇଦା ଦେଇଛି। ଏଠରେ ବିକାଶ ଧାରା ଜାରି ରହିଛି। ସଂଯୋଗୀକରଣରେ ସୁଧାର ଆସିଛି। ଏହାଦ୍ୱାରା ମହଳାଙ୍କ ଜୀବନ ସହଜ ହେଉଛି। ଯୁବପୀଢିଙ୍କ ପାଇଁ ସୁଯୋଗ ବଢୁଛି।  ମୋଦି ଆହୁରି କହିଥିଲେ, ମୋର ରାଜନୈତିକ ଅନୁଭୂତି, ଲୋକଙ୍କ ଭଲ ପାଇବା, ଆଶୀର୍ବାଦ ଭରସାରେ କହୁଛି, ଆସାମରେ ପୁଣି ଥରେ ଆପଣମାନେ NDA ସରକାର ଗଠନକୁ ନିଶ୍ଚିତ କରିଦେଇଛନ୍ତି।

ମୋଦି କହିଥିଲେ, ଆସାମର ପରିଚୟକୁ ବାରମ୍ବାର ଅପମାନିତ କରୁଥିବା ଲୋକଙ୍କୁ ଏଠିକାର ଲୋକ ବରଦାସ୍ତ କରିପାରିବେ ନାହିଁ। ଦୀର୍ଘ ଏକ ଦଶକ ଧରି ହିଂସା, ଅସ୍ଥିରିତ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଆସମାର ଲୋକ ଗୋଟିଏ ମୂହୁର୍ତ୍ତ ପାଇଁ ସ୍ୱୀକାର କରିବେ ନାହିଁ।ଆସାମର ଲୋକ ସବୁବେଳେ ବିକାଶ,ସ୍ଥିରତା, ଶାନ୍ତି, ଭାଇଚାରା, ସଦ୍‌ଭାବନାର ସାଥୀ। ମୋଦି କହିଥିଲେ, ୨ୟ ଚରଣ ମତଦାନ ପରେ ଆଜି ତାମୁଲପୁରରେ ଆପଣଙ୍କୁ ଦେଖିବାର ସୁଯୋଗ ମତେ ମିଳିଛି। ଏହି ଦୁଇ ଚରଣ ପରେ ଏଠିକାର ଲୋକେ ଆସାମରେ ଏନଡିଏ ସରକାର ଆସିବାକୁ ଏକ ପ୍ରକାର ସ୍ଥିର କରି ସାରିଛନ୍ତି।

 

You might also like