ଶ୍ରୀମନ୍ଦିରର ଆର୍ଥିଂ ସିଷ୍ଟମ୍ ବ୍ୟବସ୍ଥାର ଯାଞ୍ଚ କଲେ ASI ଟିମ୍‌

ପୁରୀ : ଶ୍ରୀମନ୍ଦିରର ଆର୍ଥିଂ ସିଷ୍ଟମ୍ ବା ବଜ୍ରପାତ ନିରୋଧକ ବ୍ୟବସ୍ଥାର ଚୂଡ଼ାନ୍ତ ଯାଞ୍ଚ କରିଛନ୍ତି GED ଅଧୀକ୍ଷଣ ଯନ୍ତ୍ରୀ, ASI ଯନ୍ତ୍ରୀ ଏବଂ ଶ୍ରୀମନ୍ଦିର ପ୍ରଶାସନ ନିର୍ବାହୀ ଯନ୍ତ୍ରୀ। ଶ୍ରୀମନ୍ଦିର ଚୂଡ଼ା ଚଢ଼ି ସେମାନେ ଆର୍ଥିଂ ସିଷ୍ଟମ୍ ଯାଞ୍ଚ କରି ଏହା ଦୁର୍ବଳ ହୋଇପଡ଼ିଥିବା କହିଛନ୍ତି।

ଅଁଳା ବେଢ଼ାରେ ଲାଗିଥିବା ୧୨ଟି ଆର୍ଥିଂ କଣ୍ଡକ୍ଟର ସ୍ପାଇକ୍‌ରୁ ୮ଟି ସ୍ପାଇକ୍ ଭାଙ୍ଗି ଯାଇଛି। ମନ୍ଦିର ଚୂଡ଼ାରୁ ଚଟାଣ ପର୍ଯ୍ୟନ୍ତ ଆର୍ଥିଂ ସିଷ୍ଟମ୍‌ ସେମାନେ ଟିକିନିଖି ଯାଞ୍ଚ କରିଛନ୍ତି।

ସେପଟେ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗୁଥିବା ମୁଖ୍ୟ ବାନା ବ୍ୟତୀତ ଅନ୍ୟ ବାନା କିଭଳି ଉଡ଼ିବ ନାହିଁ, ତା ଉପରେ ମଧ୍ୟ ଆଲୋଚନା କରାଯିବ।

You might also like