ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଜି ଖୋଲିଲାନି ଶ୍ରୀମନ୍ଦିର ରତ୍ନଭଣ୍ଡାର : କେବଳ ବାହାରପଟୁ ASIର ଯାଞ୍ଚ

ଭୁବନେଶ୍ୱର : ବଢି ଚାଲିଛି ଉତ୍କଣ୍ଠା, ହେଲେ ଖୋଲିଲାନି ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଆଜି କେବଳ ବାହାର ପଟ ଯାଞ୍ଚ ହୋଇଛି। ଏଏସ୍ଆଇ କୋର କମିଟି ବାହାର ଅଂଶ ଯାଞ୍ଚ କରିଛି। ରାଜ୍ୟ ସରକାରଙ୍କ ଠାରୁ ଉତ୍ତର ମିଳିନଥିବାରୁ ଭଣ୍ଡାର ଘର ଭିତର ସ୍ଥିତି ଯାଞ୍ଚ ହୋଇପାରିନି। ତେବେ ରତ୍ନଭଣ୍ଡାର ଭିତର ଖୋଲିବାରେ ବାଧକ ଅଛି କି ନାହିଁ, ତା ଉପରେ ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ତର୍ଜମା ପରେ ଏଏସ୍ଆଇକୁ ଯାଞ୍ଚ ପାଇଁ କୁହାଯିବ।

ବର୍ତ୍ତମାନ ସମୟରେ ବାହାର ଭଣ୍ଡାରର ଚାବି ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ ଓ ଚଡ଼ଉକରଣଙ୍କ ନିକଟରେ ରହିଛି। କିନ୍ତୁ ଠାକୁରଙ୍କ ଦୈନ୍ୟଦିନ ନୀତିକାନ୍ତି ପାଇଁ ଯେଉଁ ଭଣ୍ଡାର ମେକାପ ସବୁଠୁ ଅଧିକ ସମୟ ଏହି ଘରେ ଚଳପ୍ରଚଳ ହୁଅନ୍ତି, ତାଙ୍କ ତଥ୍ୟ ବି ଚମକାଇଦେଲା ଭଳି ,କହିଛନ୍ତି ରତ୍ନଭଣ୍ଡାରର ବାସ୍ତବ ସ୍ଥିତି ଦୁର୍ବଳ।

ଯେତିକି ରହସ୍ୟମୟ ମହାପ୍ରଭୁ ଜଗନ୍ନାଥ, ସେତିକି ରହସ୍ୟପୂର୍ଣ୍ଣ ତାଙ୍କ ଦୁର୍ଭେଦ୍ୟ ରତ୍ନ ଭଣ୍ଡାର। କେତେ କୋଠରୀ, କେତେ ମୂଲ୍ୟବାନ ଦ୍ରବ୍ୟ ସେ ଭଣ୍ଡାର ଭିତରେ ରହିଛି ତାହା କାହାକୁ ବି ସଠିକ୍ ଭାବେ ମାଲୁମ ନାହିଁ। ଶ୍ରୀମନ୍ଦିର ମାଦଳାପାଞ୍ଜି କହେ, ପାଖାପାଖି ୪୬ଟି ମୂଲ୍ୟବାନ କିରିଟି ରହିଛି ଏ ରତ୍ନ ଭଣ୍ଡାରରେ। ଯାହାକି ବିଭିନ୍ନ ସମୟରେ ଗଜପତି ମହାରାଜା ପରାସ୍ତ କରିଥିବା ରାଜାମାନଙ୍କର। ୧୯୭୮ ମସିହାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ସମୟରେ ମିଳିଥିଲା ୩୪ଟି କିରିଟି, ଅର୍ଥାତ୍ ଆହୁରି ୧୨ଟି କିରିଟି ଭିତର ଭଣ୍ଡାରରେ ଥାଇପାରେ। ତାସହ ବର୍ତ୍ତମାନ ଚଳପ୍ରଚଳ ଚାଲିଥିବା ୩ଟି କୋଠରୀରେ ପ୍ରାୟ ୫୧୮ ପ୍ରକାରର ସୁନା ଓ ରୂପା ଅଳଙ୍କାର ରହିଥିବା ସେତେବେଳେ ଗଣତି ହୋଇଥିଲା।

ପୂର୍ବରୁ ବ୍ରିଟିଶ ଶାସନ କାଳରେ ୧୯୨୬ ମସିହାରେ ମଧ୍ୟ ରତ୍ନଭଣ୍ଡାର ଅଳଙ୍କାର ସବୁର ତାଲିକା ହୋଇଥିଲା। ଯାହା ଜଉମୁଦ ଲଫାଫାରେ ପୁରୀ ଜିଲ୍ଲାପାଳଙ୍କ ରେକର୍ଡ ରୁମ୍‌ର ରହିଛି। ତେଣୁ ପୂର୍ବରୁ ଅଳଙ୍କାର ଗଣତି ହୋଇଥିବାବେଳେ ଆଉ ଏହାର କଣ ଅବଶ୍ୟକତା ରହିଛି ବୋଲି ପ୍ରଶ୍ନ କରିଛନ୍ତି ସେବାୟତ।

ଗବେଷକଙ୍କ ମତରେ ଗଜପତି କପିଳେନ୍ଦ୍ର ଦେବ ୨ଟି ପର୍ଯ୍ୟାୟରେ ପ୍ରାୟ ୭ଶହ କୁଇଣ୍ଟାଲ ଓ ଗଜପତି ପୁରୁଷୋତ୍ତମ ଦେବ ପ୍ରାୟ ୧୦୧ କୁଇଣ୍ଟାଲ ଧନରତ୍ନ ଆଣି ଭଣ୍ଡାର ଘରେ ରଖିଥିଲେ। ତାସହ ଜୟବିଜୟ ଦ୍ୱାରରେ ଥିବା ଶିଳାଲେଖ ଅନୁସାରେ ଗଜପତିମାନେ ବିଭିନ୍ନ ସମୟରେ ଠାକୁରଙ୍କୁ ଦନ୍ତରତ୍ନ, ରତ୍ନ ଛତି, ରତ୍ନ ପଲଙ୍କ ଓ ଆଭୂଷଣ ଭେଟି ଦେଇଛନ୍ତି। ତେଣୁ ସେ ସବୁ ସେହି ରତ୍ନ ଭଣ୍ଡାରରେ ଥିବା ଅନୁମାନ କରାଯାଉଛି।

ଦେଖନ୍ତୁ ଏହି ଭିଡ଼ିଓ-

You might also like