ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଗର୍ଭଗୃହ ଯାଞ୍ଚ
ପୁରୀ:ଆସନ୍ତାକାଲି ନୀଳାଦ୍ରି ବିଜେରେ ମହାପ୍ରଭୁ ରତ୍ନତ୍ସିଂହାସନରେ ବିଜେ ହେବେ। ତେଣୁ ଏହା ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଗର୍ଭଗୃହକୁ ଟିକନିଖି ଯାଞ୍ଚ କରାଯାଇଛି। ବିଶେଷ କରି ଗର୍ଭଗୃହର କେମିକାଲ୍ କ୍ଳିନିଙ୍ଗ, ଷ୍ଟିଲ କ୍ରସ୍ ଚେକିଂ କରାଯାଇଛି। ଏହାସହ କନକମୁଣ୍ଡି ଓ ଉପର ଜାଲିକୁ ରଙ୍ଗ ଦିଆଯିବା ସହ ଭେଣ୍ଟିଲେସନ୍ ଊପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଜଗମୋହନରେ ଥଣ୍ଡା ବାୟୁ ଚଳାଚଳ ମେସିନ ଲଗାଯିବା ସହ ପୋର୍ଟାଲ୍ ବକ୍ସ ଫ୍ରେମ୍ର ଲୋଡ଼ିଂ ସିଷ୍ଟମ୍କୁ ଯାଞ୍ଚ କରାଯାଇ ଓଜନକୁ ସନ୍ତୁଳିତ କରିବା ପାଇଁ ମେସିନ୍ ଲଗାଯାଇଛି।
ଜୟବିଜୟ ଦ୍ୱାରରେ ୩ଟି ଷ୍ଟିଲ ବିମ୍ ଲଗାଯିବା ସହ ଅନ୍ୟାନ୍ୟ ସଂରକ୍ଷଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଏହାସହ ଗରୁଡ଼ସ୍ତମ୍ଭ କଳା ଗ୍ରାନାଇଟ ପଥରକୁ କଢ଼ାଯାଇଛି। ସେଠାକାର ଚଟାଣରେ ଗ୍ରାନାଇଟ୍ ଲଗାଯାଇଛି। ଭୋଗମଣ୍ଡପ ଚଟାଣ ପଥର ପରିବର୍ତ୍ତନ କରାଯିବା ସହ ରୋଷଘର ବାରଣ୍ଡା ଛାତ ମଧ୍ୟ ମରାମତି କରାଯାଇଛି। କୋଠଭୋଗ ରୋଷ ଘରର ଚଟାଣ ପଥର ପରିବର୍ତ୍ତନ କରାଯାଉଛି।