କ’ଣ ଏହି କାରଣ ପାଇଁ ମେଜରଙ୍କ ପତ୍ନୀଙ୍କୁ ହତ୍ୟା?
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମେଜରଙ୍କ ପତ୍ନୀଙ୍କ ହତ୍ୟାକାଣ୍ଡ ଘଟଣାର ଧିରେ ଧିରେ ଗୁମର ଫିଟିବାରେ ଲାଗିଛି। ଆଉ ସାମ୍ନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ।
ହତ୍ୟା ଘଟଣାରେ ଗିରଫ ହୋଇଥିବା ଆଉ ଜଣେ ମେଜର ନିଖିଲ ହାଣ୍ଡା ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଲଜା ଦ୍ୱିବେଦୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଶୈଲଜା, ମେଜର ଅମିତ୍ଙ୍କ ପ୍ରସ୍ତାବରେ ରାଜି ନ ହେବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ୍ ସନ୍ଦେହ କହିଛି।
ସେପଟେ ପୋଲିସକୁ ମିଳିଛି ଶୈଲଜାଙ୍କ ମୋବାଇଲ ଫୋନ ଓ ମେଜର ନିଖିଲଙ୍କ ରକ୍ତଭିଜା ଶାର୍ଟ। ହତ୍ୟା ପୂର୍ବରୁ ଶୈଲଜାଙ୍କ ଫୋନକୁ ମେଜର ଅମିତ୍ ବହୁ ଥର କଲ୍ ଓ ମେସେଜ କରିଥିଲେ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଗତ ଶୁକ୍ରବାର ଦିଲ୍ଲୀର ବ୍ରାର୍ ସ୍କୋୟାରରୁ ମିଳିଥିଲା ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଲଜାଙ୍କ ମୃତଦେହ। ପ୍ରଥମେ ଏହା ଏକ ଦୁର୍ଘଟଣା ପରି ଜଣାପଡୁଥିଲା। ତାଙ୍କ ଦେହ ଉପରେ ବାରମ୍ବାର ଗାଡ଼ି ଚଢ଼ା ଯାଇଥିଲା। ବେକ ମଧ୍ୟ ଧାରୁଆ ଅସ୍ତ୍ରରେ କଟା ଯାଇଥିଲା। ପ୍ରାଥମିକ ତଦନ୍ତରୁ ଦିଲ୍ଲୀ ପୋଲିସ ଜାଣି ପାରିଥିଲା ଏହା ଏକ ସୁଚିନ୍ତିତ ହତ୍ୟା।
ଫିଜିଓଥେରାପି ପାଇଁ ଆସି ହସ୍ପିଟାଲ ନ ଯାଇ ଅନ୍ୟ ଜଣଙ୍କ କାର୍ରେ ଶୈଲଜା ଯାଇଥିବା ନେଇ ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ଏହା ପରେ ମେଜର ନିଖିଲ ହାଣ୍ଡାଙ୍କ ଉପରେ ପୋଲିସର ସନ୍ଦେହ ଜାତ ହୋଇଥିଲା।
ତେବେ ଉଭୟ ମେଜର ଅମିତ ଓ ତାଙ୍କ ସ୍ତ୍ରୀ ଶୈଲଜାଙ୍କ ବନ୍ଧୁ ହେଉଛନ୍ତି ମେଜର ନିଖିଲ। ୨୦୧୫ ମସିହାରେ ନାଗାଲାଣ୍ଡରେ ଶୈଲଜା ଓ ମେଜର ନିଖିଲଙ୍କ ଦେଖାହୋଇଥିଲା। ଏହାପରଠୁ ଉଭୟ ଯୋଗାଯୋଗରେ ଥିଲେ। ଏପରିକି ତାଙ୍କ ସ୍ୱାମୀଙ୍କ ଦିଲ୍ଲୀକୁ ବଦଳି ହେଲା ପରେ ମଧ୍ୟ ଯୋଗାଯୋଗରେ ଥିଲେ।