ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ମେଜର ଓ ତିନି ଯବାନ ସହିଦ

ଜାମ୍ମୁକାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ବଡ ଧରଣର ଅନୁପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ।

ଆଜି ସକାଳେ ଆତଙ୍କବାଦୀମାନେ ଗୁରେଜ ସେରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ସେନା ବାହିନୀ ପକ୍ଷରୁ ଏହାର କଡ଼ା ଜବାବ ଦେଇଥିଲେ।

ଗୁଳିବିନିମୟରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ମେଜର ଓ ତିନିଜଣ ଯବାନ ସହିଦ ହୋଇଛନ୍ତି। ଘଟଣାସ୍ଥଳରେ ଏବେ ସେନା ପକ୍ଷରୁ ଅପରେସନ ଜାରିରହିଛି।

You might also like