ମଙ୍ଗଳା ବସ୍ତିରେ ପୋକ ଉପଦ୍ରବ

ଭୁବନେଶ୍ୱର : ମାଳ ମାଳ ପୋକ। ଘରେ ବାହାରେ ସବୁଠି। ଏ ଦୃଶ୍ୟ ଭୁବନେଶ୍ୱର ୧୪ ନମ୍ବର ୱାର୍ଡ ମଙ୍ଗଳା ବସ୍ତିର। ଗତ ୫ଦିନ ହେବ ଏଭଳି ଅଜଣା ପୋକ ବସ୍ତିବାସିନ୍ଦାଙ୍କୁ ହନ୍ତସନ୍ତ କରିପକାଇଲାଣି। ପ୍ରଚଣ୍ଡ ଗ୍ରୀଷ୍ମରେ ବି କବାଟ ଝରକା ବନ୍ଦ କରି ରଖିବାକୁ ପଡୁଛି।

ତଥାପି ପୋକ ଉପଦ୍ରବରୁ ତ୍ରାହି ମିଳୁନି। ପୋକ ଘଉ଼ଡାଇବା ପାଇଁ କିଏ ନିଆଁ ହୁଳାରେ ପୋଡୁଛି ତ ଆଉ କେହି କେହି କିରାସିନ୍ ମିଶା ପାଣିକୁ ଘର ବାହାରେ ରଖୁଛନ୍ତି। ଯେତେ ଝାଡୁ କରି ସଫା କଲେ ବି ପୋକ ଦାଉରୁ ରକ୍ଷା ନାହିଁ।

ଏପରିକି ପୋକ ପଡିବା ଭୟରେ ଲୋକମାନେ ଓଳିଏ ରୋଷେଇ କଲେ ଓଳିଏ କରୁନାହାନ୍ତି। ଛୋଟ ଛୋଟ ପିଲାଙ୍କ ଲାଗି ଚିନ୍ତା ଆହୁରି ବଢିଯାଇଛି।

ଏପଟେ ପୋକ ଉପଦ୍ରବ ସମ୍ପର୍କରେ ଅବଗତ ହେଲା ପରେ ଉଭୟ ବିଏମ୍‌ସି ଓ ବନ ବିଭାଗର ଟିମ୍ ଯାଇ ବସ୍ତିରେ ପହଞ୍ଚିଥିଲା। ବନବିଭାଗର କହିବା ହେଲା ବସ୍ତି ପାଖରେ ବାଉଁଶ ବଣ ଅଛି। ଆଉ ଏଥର ବାଉଁଶ ଧାନ ହୋଇଥିବାରୁ ଏ ପୋକ ମାତିଛନ୍ତି। ବାଉଁଶବଣରୁ ପୋକ ଜନବସତି ମୁହାଁ ହୋଇଛନ୍ତି। ବାଉଁଶ ଧାନ ସରିବା ପରେ ପୋକ ସଂଖ୍ୟା କମିଯିବ ବୋଲି ବନବିଭାଗ କହିଛି।

You might also like