ଶିକାରୀଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ

ନୀଳଗିରି  : ଶିକାରୀଙ୍କ ଆକ୍ରମଣରେ ବନ କର୍ମଚାରୀ ଗୁରୁତର ଆହତ।  ଏହି ଘଟଣା ଘଟିଛି ନୀଳଗିରି ଅଞ୍ଚଳର କୁଲଡିହା ଅଭୟାରଣ୍ୟରେ।  ସୂଚନା ଅନୁସାରେ ଶିକାର କରିବାକୁ ୮୦ରୁ ଅଧିକ ଲୋକ ଅଭୟାରଣ୍ୟକୁ ପଶିଥିବା ସୂଚନା ପାଇବା ପରେ ସେମାନଙ୍କୁ ରୋକିବାକୁ ଯାଇଥିଲେ ବନ କର୍ମଚାରୀ। ହେଲେ ଶିକାରୀମାନେ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।

ଏଥିରେ ୫ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ଜଣକର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

You might also like