ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଟଙ୍କା, ଅଳଙ୍କାର ଲୁଟ୍

ଅନୁଗୁଳ: ଅନୁଗୁଳରେ ପୁଣି ବ୍ୟାଙ୍କରୁ ଲୁଟ୍। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଟଙ୍କା, ଅଳଙ୍କାର ଲୁଟ୍ ହୋଇଥିବା ଜଣାପଡ଼ିଛି। ଆଜି ଅନୁଗୁଳ ହରିମହୁରି ଛକରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖାରେ ଲୁଟ୍‌ ହୋଇଛି।

ସୂଚନା ଅନୁସାରେ, ବ୍ୟାଙ୍କ ଖୋଲିବା ପରେ  କିଛି ଦୁର୍ବୃତ୍ତ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଓ ଅଳଙ୍କାର ଲୁଟ୍ କରିଥିଲେ।  ୫ରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା କୁହାଯାଉଛି।

ବ୍ୟାଙ୍କର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ,“ବ୍ୟାଙ୍କ ଖୋଲୁ ଖୋଲୁ ୪ରୁ ୫ ଜଣ ଦୁର୍ବୃତ୍ତ ପଶି ଆସିଥିଲେ। ଆମକୁ ମାଡ଼ ମାରି ବନ୍ଧୁକ ଦେଖାଇବା ସହ ଗ୍ରାହକଙ୍କୁ ଚୁପ୍‌ ହୋଇ ବସିବା ପାଇଁ କହିଥିଲେ।”

ସୂଚନାଯୋଗ୍ୟ, ଏପ୍ରିଲ ୬ ତାରିଖରେ ବଜାରଛକ ଆନ୍ଧ୍ରବ୍ୟାଙ୍କରୁ ଲକ୍ଷାଧିକ ଟଙ୍କାର ସୁନା ଓ ଟଙ୍କା ଲୁଟ୍‌ ହୋଇଥିଲା

You might also like