ଆଇପିଏଲ୍ ବେଟିଂ: ବଲିଉଡ ଅଭିନେତା ଅରବାଜ ଖାନ୍ ଦୋଷ ମାନିଲେ

ମୁମ୍ବାଇ: ଆଇପିଏଲ୍ ବେଟିଂରେ ସମ୍ପୃକ୍ତ ଥିବା ସ୍ୱୀକାର କରିଛନ୍ତି ବଲିଉଡ ଅଭିନେତା ଅରବାଜ ଖାନ୍। ଖାଲି ସେତିକି ନୁହେଁ ୨ କୋଟି ୭୫ ଲକ୍ଷ ହରେଇଥିବା ମଧ୍ୟ ପୋଲିସ ଆଗରେ ମାନିଛନ୍ତି । ଥାନେ ପୋଲିସ କମିଶନର ପରମବୀର ସିଂକହିଛନ୍ତି ଯେ ଏ ସମ୍ପର୍କରେ ଅରବାଜଙ୍କୁ ଆହୁରି ଜେରା ଚାଲିଛି। 

ବେଟିଂରେ ସମ୍ପୃକ୍ତି ଅଭିଯୋଗରେ ବଲିଉଡ ଅଭିନେତା ତଥା ପ୍ରଯୋଜକ ଅରବାଜଙ୍କୁ ମହାରାଷ୍ଟ୍ର ଥାନେ ପୋଲିସ ସମନ ଜାରି କରି ଥିଲା । ଥାନେ କ୍ରାଇମବ୍ରାଞ୍ଚରେ ହାଜର୍ ହେବାକୁ ଅରବାଜ ଖାନଙ୍କୁ ନୋଟିସ ହୋଇଥିଲା। ଶନିବାର ଅରବାଜଙ୍କ ବୟାନ ରେକର୍ଡ କରାଯାଇଛି I

ବଲିଉଡ ସୁପରଷ୍ଟାର ସଲମାନଙ୍କ ଭାଇ ହେଉଛନ୍ତି ଅରବାଜ୍ । ନିକଟରେ ଶେଷ ହୋଇଥିବା ଆଇପିଏଲର ବିଭିନ୍ନ ମ୍ୟାଚରେ ଅରବାଜ ବୁକିଙ୍କୁ ଅର୍ଥ ପ୍ରଦାନ କରିଥିବା ନେଇ ଅଭିଯୋଗ ହେବା ପରେ ତାଙ୍କୁ ସମନ ଜାରି କରି ଥିଲା ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ। ଆଇପିଏଲରେ ବେଟିଂ ନେଇ ବୁକି ସୋନୁ ଜଲାନଙ୍କୁ ଜେରା କରିବା ପରେ ଅରବାଜଙ୍କ ନାଁ ତଦନ୍ତ ଘେରକୁ ଆସିଥିଲା I
ଆଇପିଏଲ୍‌ରେ ବେଟିଂ କରୁଥିବା ସୋନୁର ବାର୍ଷିକ କାରବାର ଶହେ କୋଟିରୁ ଅଧିକ ଥିବା ସୂଚନା ମିଳିଛି। ଆଇପିଏଲରେ ଅର୍ଥ କାରବାର ଅଭିଯୋଗରେ ସୋନୁ ସମେତ ୩ ଜଣ ବୁକିଙ୍କୁ ଗିରଫ କରିଛି ଥାନେ ପୋଲିସ।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like