ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଆପ୍ରୋଚ୍‌ ରୋଡ଼୍‌

ଗଜପତି: ପ୍ରବଳ ବର୍ଷାରେ ଭୁଶୁଡି ପଡ଼ିଲା ଆପ୍ରୋଚ୍‌ ରୋଡ଼୍‌। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ଜଗନ୍ନାଥପୁର ଗାଁରେ ଆପ୍ରୋଚ୍‌ ରୋଡ଼୍‌ଟି ଭୁଶୁଡିଯିବା ଫଳରେ ୨ ଜଣ ବାଇକ୍ ଆରୋହୀ ଆହତ ହୋଇଛନ୍ତି।

ଫଳରେ ଜଗନ୍ନାଥପୁର-ପାରଳାଖେମୁଣ୍ଡି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଗତ ରାତିରେ ହୋଇଥିବା ମୂଷଳ ଧାରା ବର୍ଷାରେ ରୋଡ଼୍‌ଟି ଧସି ଯାଇଥିଲା।

You might also like