ଫୋବର୍ସର ଏସିଆ ଅଣ୍ଡର-୩୦ଲିଷ୍ଟରେ ଅନୁଷ୍କା ଶର୍ମା

ମୁମ୍ବାଇ: ନିଜ ନାଁ ପ୍ରତିଷ୍ଠିତ ପତ୍ରିକା ଫୋବର୍ସରେ ଆସିବା ଏକ ସମ୍ମାନର କଥା। ନିକଟରେ ଫୋବର୍ସ ଏସିଆର ଟପ୍‌ ଅଣ୍ଡର-30 ସେଲିବ୍ରିଟିଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ବଲିଉଡ୍‌ରୁ ମାତ୍ର ଜଣେ ବଲିଉଡ୍‌ ଷ୍ଟାର ସାମିଲ ଅଛନ୍ତି। ସେ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଅନୁଷ୍କା ଶର୍ମା। ତାଙ୍କୁ ଫୋବର୍ସ ତାଲିକାରେ ସାମିଲ କରାଯାଇଛି।

ଏହି ତାଲିକାରେ ଏମିତି ଲୋକମାନଙ୍କୁ ସାମିଲ କରାଯାଇଛି, ଯେଉଁମାନେ ନିଜ କ୍ଷେତ୍ରରେ କିଛି ଭିନ୍ନତା କରିବା ସହ ନିଜ ଉଦ୍ୟମରେ ଏସିଆର ପରିବର୍ତ୍ତନ ଆଣିଛନ୍ତି। ଏହି ମାଗାଜିନ୍‌ ଅନୁଷ୍କାଙ୍କୁ ସବୁଠୁ ଅଧିକ ଟଙ୍କା ନେଉଥିବା ଓ କିଛି ଭିନ୍ନତା କାମ କରୁଥିବା ଅଭିନେତ୍ରୀର ଆଖ୍ୟା ଦେଇଛି। ଅନୁଷ୍କା ୨୦୦୭ରେ ‘ରବ୍ ନେ ବନାଦି ଯୋଡ଼ି’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଟ ଅଭିନେତ୍ରୀର ଆୱାର୍ଡ ମିଳିଥିଲା। ଅନୁଷ୍କା ଏବେ ନିଜର ପ୍ରଡକ୍ସନ୍‌ ହାଉସ୍‌ ବି ଆରମ୍ଭ କରିଛନ୍ତି।

ଏବେ ଯାଏ ଅନୁଷ୍କା ୧୯ଟି ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ସେଥିମଧ୍ୟରୁ ଆଉ ୩ଟି ରିଲିଜ୍‌ ଅପେକ୍ଷାରେ ରହିଛି। ଏବେ ସେ ଫିଲ୍ମ ‘ସୁଇ ଧାଗା’ର ସୁଟିଂ ଦିଲ୍ଲୀରେ କରୁଛନ୍ତି। ନିକଟରେ ତାଙ୍କର ରିଲିଜ ହୋଇଥିବା ଫିଲ୍ମ ‘ପରୀ’କୁ ମିଶ୍ର ପ୍ରତିକ୍ରିୟା ମିଳିଛି। ଖବର ଅନୁସାରେ ଏବେ ଫିଲ୍ମକୁ ତାମିଲ ଭାଷାରେ ରିଲିଜ୍‌ କରିବାକୁ ଯୋଜନା ଚାଲିଛି।

 

You might also like
Comments
Loading...