ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଅନୁପ ସାହୁ

ଭୁବନେଶ୍ୱର : ଭୁବନେଶ୍ୱରର ନୂଆ DCP ଭାବେ ଆଜି ଅନୁପ ସାହୁ ଯୋଗ ଦେଇଛନ୍ତି। ପୂର୍ବରୁ ଭଦ୍ରକ ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ ଅନୁପ ସାହୁ। ସତ୍ୟବ୍ରତ ଭୋଇଙ୍କ ପଦନ୍ନୋତି ପରେ ଅନୁପ ସାହୁଙ୍କୁ ଭୁବନେଶ୍ୱରର ନୂଆ DCP ଭାବେ ଦାୟିତ୍ୱ ଦିଆଯାଇଥିଲା।

ନୂଆ ଦାୟିତ୍ୱ ଗ୍ରହଣ ପରେ ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍ ଓ ଭିଭିଆଇପି ସୁରକ୍ଷା ବଡ଼ ଚ୍ୟାଲେଞ୍ଜ୍ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। ଏହାସହ ସାଇବର ଅପରାଧ ନିୟନ୍ତ୍ରଣ, ମହିଳାଙ୍କ ସୁରକ୍ଷା ପ୍ରାଥମିକତା ହେବ ବୋଲି ସେ କହିଛନ୍ତି।

ଦେଖନ୍ତୁ ଏହି ଭିଡ଼ିଓ-