ତାମିଲନାଡୁ ଝିଅ ପିନ୍ଧିଲେ ମିସ୍ ଇଣ୍ଡିଆ ତାଜ୍

ମୁମ୍ବାଇ: ଚଳିତ ବର୍ଷ ଫେମିନା ମିସ୍ ଇଣ୍ଡିଆ ଟାଇଟଲ ଜିତିଛନ୍ତି ତାମିଲନାଡୁର ୧୯ ବର୍ଷୀୟ ତରୁଣୀ ଅନୁକୃତୀ ଭାସ। ମିସ୍‌ ଇଣ୍ଡିଆ ଟାଇଟଲ ଦୌଡରେ ଥିବା ୨୯ ଜଣ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଅନୁକୃତୀ ମିସ ଇଣ୍ଡିଆ ୨୦୧୯ର ମୁକୁଟ ପନ୍ଧିଛନ୍ତି।

ମଙ୍ଗଳବାର ମୁମ୍ବାଇରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଫିନାଲେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ୨୦୧୭ ବର୍ଷର ବିଶ୍ୱସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ ଛିଲ୍ଲର ଅନୁକୃତୀଙ୍କୁ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧାଇଥିଲେ। ମୁମ୍ବାଇସ୍ଥିତ ସର୍ଦ୍ଦାରବଲ୍ଲଭ ଭାଇ ପଟେଲ ଷ୍ଟାଡିୟମରେ ହୋଇଥିବା ଏହି ଫିନାଲେରେ ବଲିଉଡରେ ଅନେକ କଳାକାର ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ।

ପ୍ରକାଶ ଥାଉକି, ପ୍ରତିବର୍ଷ ହେଉଥିବା ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟର ପାଖାପାଖି ୩୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥାନ୍ତି। ମିସ୍ ଇଣ୍ଡିଆ ହେବାପରେ ଅନୁକୃତୀ ଆଗକୁ ଥିବା ମିସ୍ ଓ୍ୱାର୍ଲଡ୍ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

You might also like