ଟୋଲ୍ ଟ୍ୟାକ୍ସ ଛାଡ୍ ଦାବିରେ ଆନ୍ଦୋଳନ

ସମ୍ବଲପୁର: ଆଜିଠାରୁ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେରେ ଥିବା ୩ଟି ଟୋଲ୍ ପ୍ଲାଜାରେ ଆନ୍ଦୋଳନ ଆରମ୍ଭ ହୋଇଛି।   ସମ୍ବଲପୁର ହାଇୱେ ୟୁଜର୍ସ ଫୋରମ୍ ପକ୍ଷରୁ ସୁନ୍ଦରଗଡ଼ର ମସନିକାନି, ସମ୍ବଲପୁରର ରେଙ୍ଗାଲି ଓ ରାଜଗାଙ୍ଗପୁରର ଲାଇଙ୍ଗରେ ଥିବା ତିନିଟି ଯାକ ଟୋଲ୍ ପ୍ଲାଜାରେ ଆନ୍ଦୋଳନ ଚାଲିଛି।

ଏହାକୁ ବିଭିନ୍ନ ଓକିଲ ସଂଘ ଓ ସାଧାରଣ ଲୋକେ ମଧ୍ୟ ସମର୍ଥନ କରୁଛନ୍ତି।  ଟୋଲ୍ ଟ୍ୟାକ୍ସ ଛାଡ୍ ଦାବିରେ ଏହି ଆନ୍ଦୋଳନ ହେଉଛି । ଟୋଲ୍ ପ୍ଲାଜାରେ ସ୍ଥାନୀୟ ଅଞ୍ଚଳର ଚାରି ଚକିଆ ଯାନଗୁଡ଼ିକରୁ ଟୋଲ୍ ଟ୍ୟାକ୍ସ ଆଦାୟ ବନ୍ଦ କରିବାକୁ ଦାବି କରାଯାଇଥିଲା।

ଏହାକୁ ନେଇ ଗତ ୧୬ ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଜଗାଙ୍ଗପୁର, ରାଉରକେଲା ଓ ବଣାଇ ଓକିଲ ସଂଘର ହୋଇଥିଲା ଏକ ମିଳିତ ବୈଠକ।  ବୈଠକର ନିଷ୍ପତ୍ତି ଅନୁସାରେ ଟୋଲ୍ ଛାଡ୍  ପାଇଁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା। ଟୋଲ୍ ଛାଡ୍ ପାଇଁ ଗତକାଲି ଯାଏଁ ଡେଡ୍ ଲାଇନ୍ ଦିଆଯାଇଥିଲା। ତେବେ ଦାବି ପୂରଣ ହୋଇନଥିବାରୁ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେର ତିନିଟି ଯାକ ଟୋଲ୍ ପ୍ଲାଜାରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଆହୁରି ପଢ଼ନ୍ତୁ

You might also like