ତାମିଲନାଡୁରେ ପୋଲିସ-ବିକ୍ଷୋଭକାରୀ ରକ୍ତାକ୍ତ ସଂଘର୍ଷ, ଗୁଳିରେ ଟଳିଲେ ୯ ବିକ୍ଷୋଭକାରୀ

ତୁତିକୋରିନ: ତାମିଲନାଡୁର ତୁତିକୋରିନରେ ପ୍ରଦୂଷଣ ସୃଷ୍ଟିକାରୀ ଷ୍ଟେରଲାଇଟ୍ କମ୍ପାନୀକୁ ବିରୋଧ ବେଳେ ପୋଲିସ-ବିକ୍ଷୋଭକାରୀ ରକ୍ତାକ୍ତ ସଂଘର୍ଷ। ପୋଲିସର ଅନ୍ଧାଧୁନ୍ ଗୁଳିରେ ୯ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି। ଆହତ ହୋଇଛନ୍ତି ୪୦ରୁ ଅଧିକ ଲୋକ। ଷ୍ଟେରଲାଇଟ୍ କମ୍ପାନୀକୁ ବନ୍ଦ କରିବା ଦାବିରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଘଉଡାଇବାକୁ ଯାଇ ପୋଲିସ ଗୁଳିଚାଳନା କରିଥିଲା।

ସୂଚନା ଅନୁସାରେ ଷ୍ଟେରଲାଇଟ୍ କମ୍ପାନୀ ବନ୍ଦ କରିବା ଦାବିରେ ଗତ ଶହେ ଦିନ ଧରି ଆନ୍ଦୋଳନ ଚାଲିଥିଲା । ଆଜି ଆନ୍ଦୋଳନକୁ ଶହେ ଦିନ ପୂରଣ ହେଉଥିବାରୁ ସେଠାରେ ଆଖପାଖ ଅଞ୍ଚଳର ପ୍ରାୟ ୨୦ହଜାରରୁ ଅଧିକ ବିକ୍ଷୋଭକାରୀ ଏକାଠି ହୋଇଥିଲେ। ଏପରିକି ସେମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଅଫିସ୍ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ବିକ୍ଷୋଭକାରୀ ପୋଲିସ ଉପରକୁ ପଥର ମାଡ଼ କରିବା ସହ କେତେକ ସରକାରୀ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଏହା ପରେ ସେଠାରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା । ତେବେ ହଜାର ହଜାର ବିକ୍ଷୋଭକାରୀଙ୍କୁ କାବୁ କରିବାକୁ ପୋଲିସ ବିଫଳ ହେବା ପରେ ଗୁଳି ଚାଳନା କରିଥିଲା।  ଯେଉଁଥିରେ ୯ଜଣଙ୍କ ମୃତ୍ୟୁ ଘଟିଛି ଓ ବହୁ ଆହତ ହୋଇଛନ୍ତି। ଘଟଣା ପରେ ସେଠାରେ ଏବେ ବି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାବେଳେ ରାଜନୀତି ମଧ୍ୟ ଜୋର ଧରିଛି । କଂଗ୍ରେସ ଓ ଡିଏମ୍‌କେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସେପଟେ ମୃତକଙ୍କ ପରିବାରକୁ ତାମିଲନାଡୁ ସରକାର ତତ୍‌କ୍ଷଣାତ୍‌ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ସହ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି।  ତାସହ ଘଟଣାର ଏକ ତଦନ୍ତ କମିଶନ ଗଠନ କରିବାକୁ ମଧ୍ୟ ଘୋଷଣା ହୋଇଛି। ତେବେ ପୂରା ଘଟଣା ଉପରେ ସେଠାକାର ଷ୍ଟେରଲାଇଟ୍ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଆସି ନାହିଁ।

ସେପଟେ କିନ୍ତୁ ଆଜିର ଘଟଣା ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ଓଡ଼ିଶାର କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଦେଇଛି। ଯାଜପୁର କଳିଙ୍ଗନଗରରେ ଟାଟା କମ୍ପାନୀକୁ ବିରୋଧ କରି ଆଦିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ସେମାନଙ୍କ ଉପରକୁ ପୋଲିସ ଗୁଳି ଚଳାଇବାରୁ ୧୪ଜଣ ନିରୀହ ଆଦିବାସୀଙ୍କ ପ୍ରାଣ ଯାଇଥିଲା।

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like