ତୁତିକୋରିନ ଗୁଳିକାଣ୍ଡକୁ ନେଇ ତେଜିଲା ତାମିଲନାଡୁ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଥିରୁଅନନ୍ତପୁରମ: ତୁତିକୋରିନରେ ଥିବା ଷ୍ଟେରଲାଇଟ୍ କମ୍ପାନୀଙ୍କୁ ବିରୋଧ କରି ପୋଲିସ ଗୁଳିରେ ୧୧ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟଣାରେ ତାମିଲନାଡୁରେ କଡ଼ା ପ୍ରତିକ୍ରିୟା ଦେଖାଦେଇଛି। ଏହାକୁ ବ୍ରିଟିଶ ଅମଳର ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ସହ ତୁଳନା କରିଛନ୍ତି ଡିଏମ୍‌କେ ନେତା ଏମ.କେ.ଷ୍ଟାଲିନ୍। ପୋଲିସ କାହା ନିର୍ଦ୍ଦେଶରେ ଗୁଳି ଚଳାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପିଏମ୍‌କେ ନେତା ଅନବୁ ମଣି ରାମଦୋସ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି। ପୋଲିସ ଅତି ନୃଶଂସ ଭାବେ ସାଧାରଣ ଲୋକଙ୍କୁ ହତ୍ୟା କରିଛି। ଗୁଳିମାଡ଼ କରିଥିବା ପୋଲିସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିବା ଦରକାର। ଏଥିସହ ଏସ୍‌ପି, ଜିଲ୍ଲାପାଳ, ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ନିଲମ୍ବିତ କରିବାକୁ ସେ ଦାବି କରିଛନ୍ତି। ଘଟଣା ପାଇଁ ନୈତିକ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ଇ. ପାଲାନିସ୍ୱାମୀ ଇସ୍ତଫା ଦେବା ଦରକାର ବୋଲି ପିଏମ୍‌କେ ନେତା ଦାବି କରିଛନ୍ତି।

ଏମଏନଏମ ନେତା ତଥା ଅଭିନେତା କମଲ ହସନ ପୀଡିତମାନଙ୍କୁ ଭେଟିବାକୁ ଯାଇଥିବା ବେଳେ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ନେତାଙ୍କ ଗସ୍ତ ଦ୍ୱାରା ଚିକିତ୍ସା ବାଧାପ୍ରାପ୍ତ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଇ.ପାଲାନିସ୍ୱାମୀ ଅବସରପ୍ରାପ୍ତ ବିଚାରପତି ଅରୁଣା ଜଗଦିଶନଙ୍କ ଦ୍ୱାରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଥାଉ କି, ଗତକାଲି ତୁତିକୋରିନରେ ଥିବା ଷ୍ଟେରଲାଇଟ୍ କାରଖାନାକୁ ବନ୍ଦ କରିବା ଦାବିରେ ବିକ୍ଷୋଭ ବେଳେ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ। ଉତ୍ତ୍ୟକ୍ତ ଲୋକମାନେ ପୋଲିସ ଉପରକୁ ଟେକାପଥର ମାଡ଼ କରିଥିଲେ। ପରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ୧୧ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

You might also like