ପୁଣି ବମିଖାଲ ଓଭର ବ୍ରିଜ୍ରେ ଦୁର୍ଘଟଣା
ଭୁବନେଶ୍ୱର : ପୁଣି ବମିଖାଲ ଓଭର ବ୍ରିଜ୍ରେ ଦୁର୍ଘଟଣା। ଲୁହା ରଡ୍ରେ ଚାପି ହୋଇ ୨ ଶ୍ରମିକ ଗୁରୁତର। ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାରମ୍ୱାର ଦୁର୍ଘଟଣା ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି।
ଏ ଘଟଣା ପ୍ରସାରିତ ହେବା କ୍ଷଣି ସେଠାରେ ଅନେକ ଲୋକ ରୁଣ୍ଡ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ କିଛି ଶବ୍ଦ ଶୁଣି ସେମାନେ ଦୌଡ଼ି ଆସିଥିଲେ ଘଟଣା ସ୍ଥଳକୁ।
ଉଲ୍ଲେଖନୀୟ ଯେ, ଗତବର୍ଷ ନିର୍ମାଣାଧୀନ ଅବସ୍ଥାରେ ବମିଖାଲ ଓଭରବ୍ରିଜ୍ ଭୁଶୁଡି ପଡିଥିଲା। ବ୍ରିଜ୍ ତଳେ ଅନେକ ଚାପି ହୋଇଯାଇଥିଲେ। ଏ ଘଟଣାକୁ ନେଇ ଚାରିଆଡେ ଖୁବ୍ ଆଲୋଚନା ହୋଇଥିଲା।