• translate
Odishatv Bureau

 ଭୁବନେଶ୍ୱର: କିଟ୍ ଓ କିସ୍ ବିରୋଧରେ ଜମି ହଡ଼ପର ଆଉ ଏକ ସାଂଘାତିକ ଅଭିଯୋଗ । ଜଣେ ଆଦିବାସୀଙ୍କ ଜମିକୁ ବି ଜବରଦଖଲ କରିବାକୁ ପଛାଇନାହାନ୍ତି କିଟ୍ କର୍ତ୍ତୃପକ୍ଷ । ପୂର୍ବରୁ ବି ଏ ସଂସ୍ଥା ନାଁରେ ଜମି ହଡପ ଅଭିଯୋଗର ତାଲିକା ବେଶ୍ ଲମ୍ବା । ଏତେସବୁ ଘଟଣା ପରେ ବି ସରକାର କାହିଁକି ନିରବଦ୍ରଷ୍ଟା ତାକୁ ନେଇ ଉଠିଛି ପ୍ରଶ୍ନ । ପଢ଼ନ୍ତୁ ଓଟିଭିର ଅନୁସନ୍ଧାନମୂଳକ ରିପୋର୍ଟ...

ମୌଜା- ପଥରଗାଡ଼ିଆ,  ଖତିଆନ୍  ନମ୍ବର- ୪୫୫, ଜମି ମାଲିକ ହେଉଛନ୍ତି ଗୋବର୍ଦ୍ଧନ ନାୟକ । ୨୦୧୪ ମସିହାରେ ପାଖାପାଖି ୧ ଏକର ଜମି କିଣିଥିଲେ ଗୋବର୍ଦ୍ଧନ । ହେଲେ ଏବେ ସେ ଜମିକୁ ନାଲି ଆଖି ଦେଖାଇ ଜବରଦଖଲ କରି ଆତ୍ମଘୋଷିତ ମାଲିକ ବନିଛନ୍ତି କିଟ୍ କର୍ତ୍ତୃପକ୍ଷ । ପର ଜମିରେ ବିରାଟ ଅଟ୍ଟାଳିକା ନିର୍ମାଣ କରି ବାଃ ବାଃ ନେଉଛି କିସ୍ । ପ୍ରତିଶ୍ରୁତି ମୁତାବକ ଜମି ବାବଦକୁ ଗୋବର୍ଦ୍ଧନଙ୍କୁ ନା ମିଳିଛି ଟଙ୍କା ନା ଚାକିରି ବରଂ ତା ପରିବର୍ତ୍ତେ ଏବେ ନିଜ ଜମିରେ ଗୋବର୍ଦ୍ଧନଙ୍କୁ ପାଦ ପକାଇ ଦେଉନି କିସ୍ ।

pattaଇଏ ହେଉଛି ଦୁର୍ଯ୍ୟୋଧନଙ୍କ ଅସଲ ପଟାର ନକଲ ଯେଉଁଥିରେ ୩ଟି ଖାତାରେ ୬ଟି ପ୍ଲଟ ରହିଛି । ଏହାକୁ  ଦୁର୍ଯ୍ୟୋଧନ ୨୦୧୪ ମସିହାରେ କିଣିଥିଲେ । ଖାତା  ନମ୍ବର ୪୫୩ରେ ରହିଛି ପ୍ଲଟ ନମ୍ବର ୧୦୪୨, ୧୦୪୭ ଓ ୧୦୪୮ ଯେଉଁଥିରେ ରହିଛି ସମୁଦାୟ ୪୦୫ ଡିସିମିଲ୍ ଜାଗା ।

 ସେହିପରି ଖାତା ନମ୍ବର ୪୫୪ରେ ରହିଛି ପ୍ଲଟ ନମ୍ବର ୧୦୦୯, ଯେଉଁଥିରେ ୧୪୬ ଡିସିମିଲ୍ ଜାଗା ରହିଛି । ଠିକ୍ ସେମିତି ଖାତା ନମ୍ବର ୪୫୫ରେ ରହିଛି ପ୍ଲଟ ନମ୍ବର ୧୦୧୩ ଓ ୧୦୦୭ ଯେଉଁଥିରେ ରହିଛି ୩୩୫ ଡିସିମିଲ୍ ଜାଗା ।

patta3ଏସବୁ ଏବେ ବି ସରକାରୀ  ୱେବସାଇଟ୍‌ରେ ଉପଲବ୍ଧ ରହିଛି । ଗୋବର୍ଦ୍ଧନ ଯେଉଁ ସାଘାଂତିକ ଅଭିଯୋଗ ଆଣୁଛନ୍ତି, ସେ ନେଇ କିନ୍ତୁ ମୁହଁ ଖୋଲୁନାହାନ୍ତି କିଟ୍ କର୍ତ୍ତୃପକ୍ଷ ।

Other Stories