ଟିଟୋର ଆଉ ଜଣେ ସହଯୋଗୀକୁ ଘରୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ କବ୍‌ଜାରେ ଗ୍ୟାଙ୍ଗଷ୍ଟର ଟିଟୋର ଅନ୍ୟ ଜଣେ ସହଯୋଗୀ କ୍ଷୀରୋଦ କର। ଗତକାଲି ରାତିରେ କେନ୍ଦ୍ରାପଡ଼ା ସାନମଙ୍ଗଳା ଘରୁ କ୍ଷୀରୋଦକୁ ଉଠାଇ ନେଇ କ୍ରାଇମବ୍ରାଞ୍ଚ ଅଟକ ରଖିଛି।

ଗତକାଲି ଟିଟୋ ଓ ତା’ର ସହଯୋଗୀଙ୍କ ଘର ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢ଼ାଉ ହୋଇଥିଲା। ଟିଟୋର ଘର, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍‌ରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରିଥିଲା।

ସେଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର, ଲାପଟପ୍, ଟିପର୍ ଓ ଜେସିବି ମେସିନ ସମେତ ୨୬ଟି ଗାଡ଼ି ଆଦି ଜବତ ହୋଇଛି।  ଏଥିସହ ଗତରାତିରେ କେନ୍ଦ୍ରାପଡ଼ା ବାଇପାସ୍‌ରେ ଥିବା ପେଟ୍ରୋଲ ଟାଙ୍କି ମଧ୍ୟ ସିଲ୍ କରାଯାଇଛି। ସେହିପରି ପାରାଦ୍ୱୀପରୁ ଟିଟୋର ଆଉ ୩  ସହଯୋଗୀକୁ ମଧ୍ୟ ଅଟକ ରଖାଯାଇଛି।

You might also like