ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଟାସପୁର ଗାଁର ଅଙ୍ଗନବାଡ଼ି କର୍ମୀଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କୌଣସି କାରଣକୁ ନେଇ ଗାଁ ଲୋକଙ୍କ ସହ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଗାଁ ଲୋକେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ। ପୂର୍ବରୁ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କ ନାଁରେ ଅର୍ଥ ହେରଫେର ନେଇ ମଧ୍ୟ ଗାଁ ଲୋକ ଅଭିଯୋଗ ଆଣିଥିଲେ। ତେବେ ମାଡ଼ ମାରିବା ଘଟଣାରେ ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

 

You might also like