ଗ୍ୟାରେଜ ଘରେ ଚାଲୁଛି ଅଙ୍ଗନୱାଡି କେନ୍ଦ୍ର

ମୟୁରଭଞ୍ଜ :  ଗ୍ୟାରେଜ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର। ନିଜସ୍ୱ ଗୃହ ନଥିବାରୁ ଏହି ଭଳି ଭାବେ ପଢୁଛନ୍ତି କୁନି କୁନି ପିଲା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଠାକୁରବାଡି ଗାଁରେ।

ଏଠାରେ ଖୋଲା ଘରେ ପାଠ ପଢା ହେଉଛି। ଆଉ ସେଇଠି ହିଁ ହେଉଛି ଖାଇବା। ଦୀର୍ଘ ୨୦ ବର୍ଷ ହେଲା ଗାଁରେ ଅଙ୍ଗନଓ୍ୱାଡି କେନ୍ଦ୍ରକୁ ଗୃହ ଯୋଗାଇ ଦେଇପାରୁନାହିଁ ପ୍ରଶାସନ। ସ୍ଥାନୀୟ ଲୋକଙ୍କ  ଅଭିଯୋଗ ଏନେଇ ସିଡିପିଓ, ବିଡିଓଙ୍କଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ଗୁହାରି ଜଣାଇ ଦିଆଯାଇଛି। କିନ୍ତୁ ସୁଫଳ ମିଳିପାରିନାହିଁ।

ବହଳଦା ବ୍ଲକରେ ମୋଟ ୧୪୧ଟି ଅଙ୍ଗନୱାଡି କେନ୍ଦ୍ର ଥିବାବେଳେ ସେଥିରୁ ପ୍ରାୟ ୪୦ଟି କେନ୍ଦ୍ର ଅସ୍ଥାୟୀ ଭାବେ ଚାଲିଛି। ଅଙ୍ଗନଓ୍ୱାଡି କର୍ମୀଙ୍କ କହିବା ଅନୁଯାୟୀ ୨୦୧୪-୧୫ରେ ଏଥିପାଇଁ ଅର୍ଥ ମଞ୍ଜୁର ହୋଇଥିଲା, କିନ୍ତୁ ଫେରିଯାଇଥିଲା। ICDS ସୁପରଭାଇଜର କହିଛନ୍ତି ସରକାରୀ ଜମି ନମିଳିବାରୁ ଅର୍ଥ ଫେରିଯାଇଥିଲା। ତେବେ ଏନେଇ ତହସିଲଦାରଙ୍କୁ ଅବଗତ କରାଯାଇଛି।

ଆହୁରି ପଢ଼ନ୍ତୁ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

You might also like