କୋଟିଆରେ ଆନ୍ଧ୍ର ପୋଲିସର ଜନସଂପର୍କ ଶିବିର

ଜୟପୁର : କୋରାପୁଟ କୋଟିଆ ଗ୍ରାମପୁଞ୍ଜରେ ପୁଣି ଆନ୍ଧ୍ରର ଅନୁପ୍ରବେଶ। ଓଡ଼ିଶା ସରକାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି କୋଟିଆ ପଞ୍ଚାୟତବାସୀଙ୍କ ସହ ସଂପର୍କ ନିବିଡ଼ ପ୍ରୟାସରେ ଆନ୍ଧ୍ର ସରକାର ଏହି କ୍ରମରେ ନେରେଡି ବାଲସା ଠାରେ ଆନ୍ଧ୍ର ପୋଲିସ ପକ୍ଷରୁ ଏକ ବିରାଟ ଜନସଂପର୍କ ଶିବିରର ଆୟୋଜନ କରାଯାଇଥିଲା।

ବିଜୟନଗର ଏଏସ୍‌ପି ଦୀପକ ପଟେଲ ଏହି ଜନସଂପର୍କ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ସହ ଭଲିବଲ ମ୍ୟାଚ୍‌ର ମଧ୍ୟ ଆୟୋଜନ କରାଯାଇଥିଲା।

ସ୍ୱାସ୍ଥ୍ୟ ଶିବିରରେ ଚକ୍ଷୁ ପରୀକ୍ଷା ସହ ୪୧ ଜଣଙ୍କ ଆଖିରେ ମୋତିଆବିନ୍ଦୁ ଅପରେସନ୍ ପାଇଁ ଚିହ୍ନଟ କରାଯାଇଥିଲା। ସେହିପରି ସ୍ଥାନୀୟ ଲୋକଙ୍କୁ ୧୫୦ଟି କମ୍ବଳ, ୨ଶହଟି ଶାଢ଼ୀ ଓ ୧୫ଟି ଭଲିବଲ୍ କିଟ୍ ମଧ୍ୟ ବିତରଣ କରାଯାଇଥିଲା।

ଦେଖନ୍ତୁ ଏହି ଭିଡ଼ିଓ-