ଯବାନଙ୍କ ପାଇଲଟ୍‌ ପ୍ରୋଜେକ୍ଟ: ତିଆରି କଲେ ସୋଲାର ଫ୍ରିଜ୍‌

କାନପୁର: ଆଇଆଇଟି କାନପୁରରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ରେଫ୍ରିଜିରେଟର ବା ଫ୍ରିଜ୍‌ ତିଆରି କରାଯାଇଛି, ଯାହାକି ବିଦ୍ୟୁତ୍‌ ଶକ୍ତିରେ ନୁହେଁ ସୌର ସେଲ୍‌ରେ ଚାଲିବ। ଏହାକୁ ଯେକୌଣସି ସ୍ଥାନରେ ରଖାଯାଇପାରିବ।

ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଇ-କାର୍ଟ ଔଷଧ ଓ ପନିପରିବାକୁ ଫ୍ରେସ୍ ରଖିବାରେ ଏହାକୁ ବ୍ୟବହାର କରାଯାଇ ପାରିବ। ଏହାକୁ ତିଆରି କରିଛନ୍ତି ଭାରତୀୟ ସେନା ବାହିନୀର ଲେଫ୍ଟନାଣ୍ଟ କର୍ଣ୍ଣେଲ୍‌ ଅଖିଲ୍‌ ସିଂହ ଚରକ। ଅଖିଲ୍‌ଙ୍କ କହିବାନୁସାରେ ଏହାର ଦାମ୍‌ ପାଖାପାଖି ୫୦ ହଜାର ଟଙ୍କା ହେବ। ଆସନ୍ତା କିଛି ମାସ ମଧ୍ୟରେ ଏହି ଶୀତଳ ଯନ୍ତ୍ରଟି ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ବୋଲି କୁହାଯାଉଛି।

ଏହି ଇ-କାର୍ଟ ତିଆରି ପଛର କାରଣ: ଜମ୍ମୁ-କାଶ୍ମୀରରେ ରହୁଥିବା ଲେଫ୍ଟନାଣ୍ଟ କର୍ଣ୍ଣଲ୍‌ ଅଖିଲ୍‌  ସିଂହ ଚରକଙ୍କୁ ଦୁର୍ଗମ ଅଞ୍ଚଳରେ ନିଯୁକ୍ତ କରାଯାଇଥିଲା। ସେଠାରେ ବିଦ୍ୟୁତ୍‌ ନଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। କୌଣସି ଖାଦ୍ୟକୁ ସାଇତି ରଖି ପାରୁ ନ ଥିଲେ। ଫଳରେ ଖାଦ୍ୟଗୁଡ଼ିକ ନଷ୍ଟ ହୋଇଯାଉଥିଲା। ଶୀତଳ ଭଣ୍ଡାର ନ ଥିବାରୁ କୃଷିଜାତ ଦ୍ରବ୍ୟ ମଧ୍ୟ ଶୀଘ୍ର ଖରାପ ହୋଇଯାଉଥିଲା।

ସୈନିକମାନେ ମଧ୍ୟ ଜଙ୍ଗଲ ଅଞ୍ଚଳରେ ଡ୍ୟୁଟି କରୁଥିବା ବେଳେ ଖାଦ୍ୟକୁ ସାଇତି ରଖିପାରନ୍ତି ନାହିଁ। ଏହି ସମସ୍ୟାକୁ ଦୂର କରିବାକୁ ସେ ଉପାୟ ଚିନ୍ତା କରୁଥିଲେ। କାନପୁରରେ ଏମ୍‌ଟେକ୍‌ ପଢ଼ୁଥିବା ବେଳେ ଗତ ବର୍ଷ ଜୁଲାଇରେ ସୌରଶକ୍ତି ଚାଳିତ ରେଫ୍ରିଜିରେଟର ତିଆରି କରିବା କାମ ଆରମ୍ଭ କଲେ।  ଏବଂ ଆଜି ତାଙ୍କ କଳ୍ପନା ବାସ୍ତବ ରୂପ ନେଇଛି। ୮ମାସର ପରିଶ୍ରମ କରି ସେ ସୌରଶକ୍ତି ଚାଳିତ ରେଫ୍ରିଜିରେଟର ତିଆରି କରିଛନ୍ତି।

ଏହା କିପରି କାମ କରେ: ଏଥିରେ ସୋଲାର୍ ପ୍ୟାନେଲ୍‌, ବ୍ୟାଟ୍ରି, ଡିସି କରେଣ୍ଟ ଯୁକ୍ତ କମ୍ପ୍ରେସର, ଚାର୍ଜ କଣ୍ଟ୍ରୋଲ ଓ ଏନର୍ଜି ମିଟର ଲଗାଯାଇଛି। ଅଖିଲ୍‌ଙ୍କ କହିବା ଅନୁସାରେ ସୌରଶକ୍ତି ସାହାଯ୍ୟରେ ୨୪୦ ଲିଟର କ୍ଷମତା ସମ୍ପନ୍ନ ଏହି ରେଫ୍ରିଜିରେଟରରେ -୧୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହାସଲ କରାଯାଇ ପାରିବ। ବ୍ୟାଟେରୀ ଫୁଲ୍‌ ଚାର୍ଜ କଲେ ଏହା ୨୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ସବୁଠାରୁ ବଡ଼କଥା ହେଲା ବର୍ଷା ସମୟରେ ମଧ୍ୟ ଏହି ରେଫ୍ରିଜିରେଟର କାମ କରିବ।

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

You might also like