ବିଗ୍ ବି ଅମିତାଭଙ୍କ ଟ୍ୱିଟ୍; ହିନ୍ଦୁସ୍ତାନୀ ଆଜି ବି ଇଂରେଜମାନଙ୍କ ଗୋଲାମ

ନୂଆଦିଲ୍ଲୀ :  ବିଗ୍ ବି ଅମିତାଭ ଏକ ଟ୍ୱିଟ୍ ଜରିଆରେ ଆମେ ହିନ୍ଦୁସ୍ତାନୀ ଆଜି ବି ଇଂରେଜମାନଙ୍କ ଗୋଲାମ ହୋଇ ରହିଛୁ ବୋଲି କହିଛନ୍ତି। ତେବେ ଏହାକୁ ସେ  ଇଂଲିଶ ଷ୍ଟାଇଲ୍‌ରେ ଜନ୍ମଦିନ ମନାଇବା ପ୍ରସଙ୍ଗରେ କହିଛନ୍ତି। ହାପି ବାର୍ଥ ଡେ ଟୁ ୟୁ  ସମ୍ବୋଧନ, ମହମବତୀ ଲଗାଇ କେକ୍ କାଟିବା ପ୍ରଥାକୁ ବିଲକୁଲ ନାପସନ୍ଦ କରିଛନ୍ତି ବିଗ୍ ବି।

ଆଜି ଅମିତାଭଙ୍କ ଏହି ଟ୍ୱିଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛିା  ଇଂରେଜମାନେ ହାପି ବାର୍ଥ ଡେ ପ୍ରଥା ଛାଡ଼ି ଦେଇଗଲେ। ଆଉ ଆମେ ହିନ୍ଦୁସ୍ତାନୀ ତାକୁ ଗୋଲାମ ଭଳି ପାଳନ କରୁଛୁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ବିଗ୍ ବି।

ଭାରତୀୟ ପରମ୍ପରାରେ ଦୀପକୁ ପ୍ରଜ୍ୱଳିତ କରାଯାଇ ଜନ୍ମଦିନ ପାଳନ କରାଯାଏ, ତାକୁ ପାଟିରେ ଫୁ ଫୁ କରି ଲିଭାଇ ନୁହେଁ ବୋଲି ସେ କହିଛନ୍ତି। ଦେଖନ୍ତୁ ଅମିତାଭଙ୍କ ଏହି ଟ୍ୱିଟ୍। ହିନ୍ଦୁସ୍ତାନୀଙ୍କ ପାଇଁ କଣ ସନ୍ଦେଶ ରଖିଛନ୍ତି ଅମିତାଭ। ଆଉ ଏକ ବଡ଼କଥା ହେଉଛି ଅମିତାଭ ଏହି ଟ୍ୱିଟ୍‌କୁ ହିନ୍ଦୀରେ ଲେଖିଛନ୍ତି।

 

ଆହୁରି ପଢ଼ନ୍ତୁ

You might also like