ମୁଖ୍ୟମନ୍ତ୍ରୀ ଆଗ, ଆମ୍ବୁଲାନ୍ସ ପଛ!
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ପାଇଁ ଅଟକିଲା ଆମ୍ବୁଲାନ୍ସ। ଭୁବନେଶ୍ୱର ବିଜେଡ଼ି କାର୍ଯ୍ୟାଳୟ ସାମ୍ନାରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି।
ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ପାଇଁ ଟ୍ରାଫିକ ନିୟନ୍ତ୍ରଣ ଥିଲା। ଚାରି ଦିଗରୁ ଗାଡ଼ି ଗୁଡ଼ିକୁ ଅଟକାଇ ଥିଲା ଟ୍ରାଫିକ ପୋଲିସ। ଫରେଷ୍ଟପାର୍କରୁ ଏଜି ଯାଏ ଗାଡ଼ିମୋଟର ଜାମ୍ ହୋଇଯାଇଥିଲା।
ସେହି ଜାମ୍ରେ ଗୁରୁତର ରୋଗୀଙ୍କୁ ନେଉଥିବା ଏକ ଆମ୍ବୁଲାନ୍ସ ଫସି ଯାଇଥିଲା। ହେଲେ ଟ୍ରାଫିକ ଗାଡିଗୁଡିକ ଛାଡି ନ ଥିଲା ଫଳରେ ପ୍ରାୟ ୫ ମିନିଟ୍ ଧରି ଆମ୍ବୁଲାନ୍ସ ଅଟକିଥିବା ଦେଖିବାକୁ ମିଳିଥିଲା।
ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ପାଇଁ ବିଜେଡି ମୁଖ୍ୟାଳୟ ସାମ୍ନାରେ ପ୍ରାୟ ୫ ମିନିଟ୍ ଅଟକିଲା ଆମ୍ବୁଲାନ୍ସ: ଚାରି ଦିଗରୁ ଗାଡ଼ି ଗୁଡ଼ିକୁ ଅଟକାଇ ଥିଲା ଟ୍ରାଫିକ ପୋଲିସ, ଫରେଷ୍ଟପାର୍କରୁ ଏଜି ଯାଏ ଗାଡ଼ିମୋଟର ଜାମ୍ ହୋଇଯାଇଥିଲା, ଜାମ୍ରେ ଫସି ଯାଇଥିଲା ଗୁରୁତର ରୋଗୀଙ୍କୁ ନେଉଥିବା ଆମ୍ବୁଲାନ୍ସ #Odisha pic.twitter.com/e6d0P3fPrj
— ଓଟିଭି (@otvkhabar) 9 July 2018