ଟ୍ରକକୁ ପିଟିଲା ଆମ୍ବୁଲାନ୍ସ: ପ୍ରାଣ ହରାଇଲେ ଦୁଇ ଭାଇଭଉଣୀ

ବାଲେଶ୍ୱର: ବାଲେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ସୋର ଥାନା ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ।  ଏଥିରେ ଦୁଇଜଣ ଭାଇ ଭଉଣୀ ପ୍ରାଣ ହରାଇଛନ୍ତି।

ସୂଚନା ଅନୁସାରେ ଗତକାଲି ରାତିରେ କୋଲକତା ମିର୍ଜାପୁର ଅଂଚଳର ବୁଲବୁଲ ବିବି ନାମକ ଜଣେ ମହିଳାଙ୍କୁ ତାଙ୍କ ଭାଇ ଏବଂ ଦୁଇଜଣ ସଂପର୍କୀୟ ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ଆଣୁଥିଲେ।  ଆଣିବା ବାଟରେ ରାସ୍ତାରେ ଆମ୍ବୁଲାନ୍ସଟି ଭାରସମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା।  ଘଟଣାସ୍ଥଳରେ ଦୁଇ ଭାଇଭଉଣୀ ପ୍ରାଣ ହରାଇଥିବାବେଳେ, ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।

You might also like