ଦୁଷ୍କର୍ମ ପୀଡ଼ିତାଙ୍କୁ ବାହା ହେଲେ ଅଭିଯୁକ୍ତ ଯବାନ

ବାଲିଗୁଡ଼ା: ଶେଷରେ ଦୁଷ୍କର୍ମ ପୀଡ଼ିତାଙ୍କ ହାତ ଧରିଲେ ଅଭିଯୁକ୍ତ ଯବାନ। ବିହାର ରେଜିମେଣ୍ଟରେ କାର୍ଯ୍ୟରତ ଜଣେ ଯବାନଙ୍କ ବିରୋଧରେ ଜଣେ ମହିଳା ହୋମଗାର୍ଡ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏ ନେଇ ସେ ଜି ଉଦୟଗିରି ଥାନାରେ ଏକ ମାମଲା ମଧ୍ୟ ଦାଏର କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତ ଯବାନ ଟୁଲୁ ପ୍ରଧାନଙ୍କୁ ଗିରଫ କରିଥିଲା। ଏହି ଘଟଣା ପରେ ଅଭିଯୁକ୍ତ ଟୁଲୁ ସଂପୃକ୍ତ ଯୁବତୀଙ୍କୁ ବିବାହ ପାଇଁ ରାଜି ହୋଇଥିଲେ। ଏହି ବିଷୟରେ ପୋଲିସ ଜାଣିବା ପରେ ପୋଲିସ ମଧ୍ୟସ୍ଥତାରେ ଉଭୟଙ୍କ ବିବାହ ହୋଇଥିଲା। ଉଭୟ ପରିବାର ଲୋକଙ୍କର ଉପସ୍ଥିତିରେ ଜି ଉଦୟଗିରି ତାରିଣୀ ମନ୍ଦିରରେ ଯୁବତୀଙ୍କ ମଥାରେ ସିନ୍ଦୁର ଦେଇଥିଲେ ଟୁଲୁ।

You might also like