ଆଜି ଭୁବନେଶ୍ୱରର ସମସ୍ତ ସ୍କୁଲ ଛୁଟି
ଭୁବନେଶ୍ୱର: ପ୍ରବଳ ବର୍ଷା ସମ୍ଭାବନା ନେଇ ଆଜି ଭୁବନେଶ୍ୱରର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସେହିପରି ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଆଜି ବନ୍ଦ ରହିବ। ଏନେଇ ରାଜ୍ୟ ସରକାର ଗତକାଲି ଛୁଟି ଘୋଷଣା କରିଥିଲେ । ତେବେ ଅନ୍ୟ ଜିଲ୍ଲାରେ ପରିସ୍ଥିତି ଦେଖି ସ୍କୁଲ ଛୁଟି ଘୋଷଣା କରିବାର ନିଷ୍ପତ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ନେବେ ।
ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ସହ ପ୍ରଭାବିତ ଅଞ୍ଚଳରେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ବର୍ତ୍ତମାନ ସୁଦ୍ଧା ହୀରାକୁଦର ୮ଟି ଗେଟ୍ ଖୋଲାଯାଇଛି। ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି।
ରାଜଧାନୀ ଭୁବନେଶ୍ୱରରେ ଲଗାଣ ବର୍ଷାର ମୁକାବିଲା ପାଇଁ ବିଏମ୍ସି ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ସ୍ୱତନ୍ତ୍ର ଅପରେସନ ସେଣ୍ଟର ମଧ୍ୟ ଖୋଲାଯାଇଛି।