ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ସଭା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଲେ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା। ବିଜେପି ପକ୍ଷରୁ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଅାୟୋଜିତ ହେଉଛି ଏହି  ପ୍ରାର୍ଥନା ସଭା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସଭାରେ ଯୋଗ ଦେଇଛନ୍ତି। ଏଥିରେ ବିଜେପି ବ୍ୟତୀତ ବିଜେଡି, କଂଗ୍ରେସ ସହ ଅନ୍ୟ ଦଳର ପ୍ରମୁଖ ନେତା ଓ ବିଧାୟକ ମାନେ ଯୋଗ ଦେଇଛନ୍ତି। ଗତକାଲି ବିଜେପି ପକ୍ଷରୁ ପୁରୀ ମହୋଦଧିରେ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ କରାଯାଇଛି।

You might also like