ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସର୍ବଦଳୀୟ ବୈଠକ
ଭୁବନେଶ୍ୱର : ମହାନଦୀ ସୁରକ୍ଷା ପ୍ରସଙ୍ଗରେ ସର୍ବଦଳୀୟ ବୈଠକ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଭୁବନେଶ୍ୱରରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି।
ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା। ଏଥିରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଛନ୍ତି। ବିଜେଡିରୁ ବରିଷ୍ଠ ନେତା ଦେବୀମିଶ୍ର, କଂଗ୍ରେସରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବିଜେପିରୁ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ଅନ୍ୟ ଦଳର ନେତାମାନେ ଯୋଗ ଦେଇଥିଲେ।
ମହାନଦୀ ବିବାଦର ସମାଧାନ ପାଇଁ କିଭଳି ପଦକ୍ଷେପ ନିଆଯାଇପାରିବ ଏବଂ କଲମା ଚାଲ ଅଭିଯାନ ନେଇ ବୈଠକରେ ଆଲୋଚନା ହୋଇଛି।