ଲଗାଣ ବର୍ଷା ପାଇଁ କଟକରେ ସବୁ ସ୍କୁଲ ଓ କଲେଜ ଛୁଟି

କଟକ: ପ୍ରବଳ ବର୍ଷା ଯୋଗୁଁ କଟକରେ ଆଜି ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି। ଏତେ ବର୍ଷା ଯେ ଘରୁ ବାହାରି ହେଉନାହିଁ। ତେଣୁ ପିଲାଙ୍କ ସୁରକ୍ଷାକୁ ଦେଖି ତଥା ଆହୁରି ବର୍ଷା ହେବା ଆଶଙ୍କା ଥିବାରୁ  ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନକ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି।

ଗତକାଲିଠୁ ବର୍ଷା ଲାଗି ରହିଥିବାରୁ କଟକ ସହରର  ଅନେକ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି। ସହରର ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଇଛି।

You might also like