ରାଜନୀତିରେ ତାମିଲ ସୁପରଷ୍ଟାର : ସାଧାରଣ ସଭାକୁ ପ୍ରଥମ ଥର ସମ୍ବୋଧିତ କଲେ ରଜନୀକାନ୍ତ

ଚେନ୍ନାଇ : ରାଜନୀତିରେ ପାଦ ଥାପିବା ପରେ ପ୍ରଥମ ଥର ପାଇଁ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ। କହିଛନ୍ତି, ଦକ୍ଷିଣ ଭାରତୀୟ ରାଜନୀତିରେ ବର୍ତ୍ତମାନ କୌଣସି ନେତା ନାହାନ୍ତି। ଜୟଲଳିତାଙ୍କ ମୃତ୍ୟୁ ହୋଇସାରିଛି। ଡିଏମକେ ମୁଖ୍ୟ କରୁଣାନିଧି ଅସୁସ୍ଥ ଅଛନ୍ତି। ତେଣୁ ଦକ୍ଷିଣ ଭାରତୀୟ ରାଜନୀତିରେ ବଡ଼ ଶୂନ୍ୟସ୍ଥାନ ଦେଖିବାକୁ ମିଳିଛି। ଆଉ ଏହାକୁ ପୂରଣ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ।

ରଜନୀକାନ୍ତ ଆହୁରି ମଧ୍ୟ କହିଛନ୍ତି, ଅନ୍‌ସ୍କ୍ରିନ୍ ଓ ଅଫ୍‌ସ୍କ୍ରିନ୍‌ରେ ଏମଜିଆର ତାଙ୍କ ଆଦର୍ଶ ଯଦିଓ ସେ ଏମଜିଆର୍  ହୋଇପାରିବେନି। ତଥାପି ତାଙ୍କ ଭଳି ଲୋକଙ୍କ ସେବା କରିବାକୁ ଉଦ୍ୟମ କରିବେ।

You might also like