ଏୟାରଟେଲ୍ ଦେଉଛି ୩୦ ଜିବି ମାଗଣା ଡାଟା : ଜାଣନ୍ତୁ ପୁରା ତଥ୍ୟ
ଭୁବନେଶ୍ୱର : ଭାରତୀ ଏୟାରଟେଲ୍ ତାର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ସୁବିଧା ଘୋଷଣା କରିଛି। ଯାହା ଦ୍ୱାରା ୨ଜି ଓ ୩ଜି ବ୍ୟବହାରକାରୀମାନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ସେମାନେ ୪ଜି ସ୍ମାର୍ଟଫୋନକୁ ଅପଗ୍ରେଡ୍ କଲେ ୩୦ ଜିବି ମାଗଣା ଡାଟା ପାଇପାରିବେ ।
ଏୟାରଟେଲ୍ କହିଛି, ‘ମେରା ପେହେଲା ସ୍ମାର୍ଟଫୋନ’ ଅଭିଯାନକୁ ସଫଳ କରିବାକୁ ଏହି ନୂଆ ଯୋଜନା ସହାୟକ ହେବ। ଗ୍ରାହକମାନେ ମାଇଁ ଏୟାରଟେଲ ଆପ୍ରେ ୫୧୧୧୧ର ଟୋଲ ଫ୍ରି ନମ୍ବରରେ ଡାଏଲ୍ କରି ମାଗଣା ଡାଟା ସୁବିଧା ସମ୍ପର୍କରେ ଜାଣିପାରିବେ ।
ଏହି ଯୋଜନାରେ ପ୍ରିପେଡ ଗ୍ରାହକମାନେ ପ୍ରତ୍ୟେକ ଦିନ ୧ଜିବି ମାଗଣା ଡାଟା ୩୦ ଦିନ ପର୍ଯ୍ୟନ୍ତ ଏବଂ ପୋଷ୍ଟ ପେଡ୍ ଗ୍ରାହକମାନେ ସେମାନଙ୍କ ପ୍ରଥମ ବିଲ୍ ସାଇକେଲ ଓ ସେମାନଙ୍କ ପ୍ଲାନ ସୁବିଧାରେ ମାଗଣାରେ ୩୦ ଜିବିର ଡାଟା ପାଇପାରିବେ। ୪ଜି ଫୋନ୍କୁ ଅପଗ୍ରେଡ୍ କରିବାର ୨୪ଘଣ୍ଟା ଭିତରେ ଗ୍ରାହକ ମାନେ ସେମାନଙ୍କର ଅଫର୍ ପାଇପାରିବେ।