ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ
ପାରାଦୀପ: ବନ୍ଦର ନଗରୀ ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ। ଏନେଇ ନୂଆଦିଲ୍ଲୀରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି। ସାଗରମାଳା ପ୍ରୋଜେକ୍ଟରେ ପାରାଦୀପ ବନ୍ଦର ଉନ୍ନତି ନେଇ ଏହି ବୈଠକରେ ଆଲୋଚନା ହୋଇଛି।
ସେହିଭଳି ସହରରେ ଏକ ୪ଶହ ଶଯ୍ୟା ବିଶିଷ୍ଟ ଉନ୍ନତ ହସ୍ପିଟାଲ ନିର୍ମାଣ ପାଇଁ ବି ନେଇ ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀ ଟ୍ରାନ୍ସପୋର୍ଟ ଭବନରେ ବସିଥିବା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ଜାହାଜ ଚଳାଚଳ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ବୈଠକରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହର୍ସିମ୍ରତ କୌର ଏବଂ ପାରାଦୀପ ବନ୍ଦର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।
Discussed initiatives to accelerate port led industrialization around the Paradip port,with Union Min. of Road Transport, Highways & Shipping Sh. @nitin_gadkari Ji & Union Min. for Petroleum & Natural Gas Sh. @dpradhanbjp ji. The port is handling 100 mn tones of cargo. pic.twitter.com/OVjHZREO38
— Harsimrat Kaur Badal (@HarsimratBadal_) 26 April 2018
ଏଥିରେ ପାରାଦୀପ ବନ୍ଦର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ନେଇ ଆଲୋଚନା ହୋଇଛି। ଏହି ଅବସରରେ ପାରାଦୀପକୁ ଦେଶର ଅନ୍ୟତମ ସ୍ମାର୍ଟ ସିଟି କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏବଂ ପାରାଦୀପ ଓ ଏହାର ଆଖପାଖରେ ୪୦ଟି ପ୍ରୋଜେକ୍ଟ ନେଇ ଯୋଜନା ହୋଇଥିବା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
Fast tracking Port-led-development in Paradip #Sagarmala -Shri @nitin_gadkari chairs inter-ministerial meeting;Directed various agencies like NHAI,Railways,AAI, IOCL, to extend full cooperation for development of infra facilities which would lead to development of entire region pic.twitter.com/7ZPpOWswFp
— Ministry of Shipping (@shipmin_india) 26 April 2018
ସେହିଭଳି ମହାନଦୀ ପରିବର୍ତ୍ତେ ସମୁଦ୍ର ଜଳକୁ ବିଶୁଦ୍ଧିକରଣ କରି ବ୍ୟବହାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାଇଁ ମୋଟ ୯୨ ହଜାର କୋଟି ଟଙ୍କା ବ୍ୟୟବରାଦ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।