ଦୁଇଟି ନୂଆ ସ୍ଥାନକୁ ବିମାନ ସେବା ଯୋଗାଇଦେବ ଏୟାର ଓଡ଼ିଶା

ନୂଆଦିଲ୍ଲୀ: ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଓଡ଼ିଶା ଦୁଇଟ ନୂଆ ସ୍ଥାନକୁ ବିମାନ ସେବା ଯୋଗାଇ ଦେବାକୁ ଘୋଷଣା କରିଛି। ଏପ୍ରିଲ ୧୬ ତାରିଖଠାରୁ ଏହି ଦୁଇ ନୂଆ ସ୍ଥାନକୁ ବିମାନ ଉଡ଼ାଣ ଆରମ୍ଭ କରିବ। ଅହମ୍ମଦାବାଦଠାରୁ ଭବନଗର ଏବଂ ସେଠାରୁ ସୁରତ ପର୍ଯ୍ୟନ୍ତ ବିମାନ ଯାତ୍ରା କରିବ ବୋଲି ଶନିବାର କମ୍ପାନୀ ପକ୍ଷରୁ କୁହାଯାଇଛି।

ଏହାଦ୍ୱାରା ସ୍ୱଳ୍ପ ଭଡ଼ାରେ ଯାତ୍ରୀମାନେ ତାଙ୍କ ଲକ୍ଷ ସ୍ଥଳରେ ପହଞ୍ଚିପାରିବେ। ଭଡ଼ା ଯଥାକ୍ରମେ୧,୪୨୦ ଓ ୧,୬୯୯ ଟଙ୍କା ରଖାଯାଇଛି। ଏୟାରଲାଇନ୍‌ର ଅନୁସାରେ ଏହି ନୂଆ ସେବାରେ ଆଉ ୩ଟି ସହରକୁ ବିମାନ ଉଡ଼ାଣ ଭରିବାର ଯୋଜନା ମଧ୍ୟ ରହିଛି। ସେଗୁଡ଼ିକ ହେଲା- ଅହମଦାବାଦ, ମୁନ୍ଦ୍ରା ଓ ଡିଉ। ଏଥିପାଇଁ କମ୍ପାନୀ କେନ୍ଦ୍ର ସରକାରଙ୍କ ଉଡ଼ାନ(ଉଡ଼େ ଦେଶ କା ଆମ ନାଗରିକ) ଯୋଜନାରେ ୧୨୮ ରୁଟ୍‌ରେ ୭୦ଟି ବିମାନ ବନ୍ଦରକୁ ବିମାନ ସେବା ଯୋଗାଇ ଦେବାକୁ ନିଲାମ ହାତେଇଛି।

You might also like
Comments
Loading...