ଏୟାର ଇଣ୍ଡିଆ ଟ୍ୱିଟର ଆକାଉଣ୍ଟ ହ୍ୟାକ ପରେ ଏହାକୁ ପୁନଃସ୍ଥାପିତ, ତଦନ୍ତ ଆରମ୍ଭ
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ହ୍ୟାକ ହେବାପରେ ଏହାକୁ ପୁନଃସ୍ଥାପିତ କରାଯାଇଛି।
ସୂଚନା ଅନୁସାରେ, ଆଜି ସକାଳେ ହ୍ୟାକର୍ସମାନେ ଏୟାର ଇଣ୍ଡିଆର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରି ତୁର୍କୀ ଭାଷାରେ କିଛି ମେସେଜ୍ ପୋଷ୍ଟ କରିଥିଲେ। କେବଳ ଏତିକି ନୁହେଁ ହ୍ୟାକର୍ସମାନେ ଟ୍ୱିଟରରେ ବିମାନ ବାତିଲ୍ ମଧ୍ୟ ଘୋଷଣା କରିଥିଲେ।
ଅଫିସିଆଲ ଟ୍ୱିଟର ଆକାଉଣ୍ଟ @airindiain to @airindiaTR କୁ ପରିବର୍ତ୍ତନ କରାଯାଇଥିଲା।
ତୁର୍କୀଶ ସାଇବର ଆର୍ମି Ayyildiz Tim ଦ୍ୱାରା ଏହାକୁ ହ୍ୟାକ୍ କରାଯାଇଛି। ଏଥିସହ ସମସ୍ତ ଜରୁରୀ ତଥ୍ୟକୁ ଜବତ କରାଯିବାନେଇ ଏକ ଟ୍ୱିଟ୍ ମଧ୍ୟ କରାଯାଇଥିଲା।
ତେବେ ଏୟାର ଇଣ୍ଡିଆର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ପୁନଃସ୍ଥାପିତ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।