ହୁତୁହୁତୁ ହୋଇ ଜଳିଗଲା ବାୟୁସେନାର ଲଢୁଆ ବିମାନ MiG-27

ଜୟପୁର: ବାୟୁସେନାର ଲଢୁଆ ବିମାନ MiG-27 ଦୁର୍ଘଟଣାଗ୍ରସ୍ତ। ରାଜସ୍ଥାନ ଯୋଧପୁରରେ ଆଜି ସକାଳେ ଏହି ଅଘଟଣ ଘଟିଛି।  ଏଥିରେ ଲଢୁଆ ବିମାନଟି ପୁରା ଜଳି ଯାଇଛି।

ତେବେ ପାଇଲଟ ଓ କୋ-ପାଇଲଟ୍ ସୁରକ୍ଷିତ ଥିବା ଜଣାପଡ଼ିଛି।  ସେମାନେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। ଘଟଣାସ୍ଥଳରେ ବାୟୁ ସେନାର ଅଧିକାରୀ ପହଞ୍ଚିଛନ୍ତି। ବିମାନଟି ବାୟୁସେନାର ଯୋଧପୁର ଏୟାର୍‌ବେସ୍‌ରୁ ଉଡାଣ ଭରି ଥିଲା। ରୁଟିନ୍ ଉଡ଼ାଣ ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଏହି ଘଟଣାର କୋର୍ଟ ଅଫ୍ ଇନ୍‌କ୍ୱାରି ନିର୍ଦ୍ଦେଶ ଦିଆଯାଇଛି।

You might also like