ଏମ୍ସ ଡାକ୍ତରଖାନାରେ ଅଚଳାବସ୍ଥା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ଡାକ୍ତରଖାନାରେ ଅଚଳାବସ୍ଥା ଦେଖାଦେଇଛି। ଏମ୍‌ସର ରେସିଡେଣ୍ଟ ଡାକ୍ତର ସଙ୍ଘ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣାକୁ ଓହ୍ଲାଇ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସିନିଅର୍ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଡାକ୍ତର ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି। ଫଳରେ ବହୁ ସଂଖ୍ୟାରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଗତ ବୁଧବାର ଦିନ କୌଣସି କାରଣରୁ ସିନିଅର ଡାକ୍ତରଙ୍କ ସହ ରେସିଡେଣ୍ଟ ଡାକ୍ତରଙ୍କ ଯୁକ୍ତିତର୍କ ହୋଇଥିଲା। ଏହାପରେ ସିନିଅର୍ ଡାକ୍ତର ଜଣକ କ୍ଷମା ପ୍ରାର୍ଥନା କରିଥିଲେ। ହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ ଜାରି ରଖିଛି ରେସିଡେଣ୍ଟ ଡାକ୍ତର ସଂଘ।

You might also like