ଏଆଇସିସିର ଦେଶବ୍ୟାପୀ ପ୍ରତିବାଦ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଅଗଣତାନ୍ତ୍ରିକ ଦର୍ଶାଇ ଶୁକ୍ରବାର ଦେଶବ୍ୟାପୀ ପ୍ରତିବାଦ କରିଛି ଅଖିଳ ଭାରତ କଂଗ୍ରେସ କମିଟି। ପ୍ରତିବାଦରେ ସବୁ ରାଜ୍ୟର ରାଜଧାନୀ ସାଙ୍ଗକୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା ଦିଆଯାଇଛି। ଏଥିପାଇଁ ପ୍ରଦେଶ କଂଗ୍ରେସ କମିଟିମାନଙ୍କୁ ନିର୍ଦ୍ଦେଶ ଦେଇଛି ଏଆଇସିସି।

ଓଡ଼ିଶା ପିସିସି ପକ୍ଷରୁ ମଧ୍ୟ ରାଜଭବନ ଆଗରେ ଧାରଣା ଦିଆଯାଇଛି। କଂଗ୍ରେସ ନେତାମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା ତିନିମୁହାଣି ଛକରେ ମଧ୍ୟ କଂଗ୍ରେସ ଓ ବାମପନ୍ଥୀଙ୍କ ପକ୍ଷରୁ କିଛି ସମୟ ପାଇଁ କଟକ-ଚାନ୍ଦବାଲି ରାସ୍ତାରୋକ କରାଯାଇଥିଲା। ସେହିପରି ବାଲେଶ୍ୱରରେ ମଧ୍ୟ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି।

ଅନ୍ୟପଟେ ଗୋଆରେ ରାଜ୍ୟପାଳଙ୍କୁ ଭେଟିଛନ୍ତି କଂଗ୍ରେସ ବିଧାୟକ। ୨୦୧୭ରେ ସଂଖ୍ୟାଗରିଷ୍ଠତା ଥିବା ସତ୍ତ୍ୱେ ଶାସନଭାର ତାଙ୍କୁ ମିଳିନଥିବା ନେଇ ବିଧାୟକମାନେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସୂଚନା ଅନୁସାରେ ରାଜ୍ୟପାଳଙ୍କ ମନମୁଖୀ ଶାସନ ନେଇ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମାଗିଛି କଂଗ୍ରେସ।

You might also like