ଆଜିଠୁ AICC ମହା ଅଧିବେଶନ
ନୂଆଦିଲ୍ଲୀ: ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ମହା ଅଧିବେଶନ। ଏଥିପାଇଁ ରାଜ୍ୟର ଅନେକ କଂଗ୍ରେସ ନେତା ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏଥର ଅଧିବେଶନରେ ଦେଶବ୍ୟାପି କଂଗ୍ରେସକୁ କିଭଳି ଆଗକୁ ନିଆଯିବ, ସେ ସଂକ୍ରାନ୍ତରେ ଆଲୋଚନା ହେବ।
ଓଡ଼ିଶା ଦୃଷ୍ଟିକୋଣରୁ ପ୍ରଦେଶ କଂଗ୍ରେସ କମିଟିରେ ଥିବା ଅସନ୍ତୋଷ ଏହି ଅଧିବେଶନରେ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି। ୧୮ ତାରିଖ ଅଧିବେଶନ ଶେଷ ହେବା ପରେ ୧୯ ତାରିଖରେ ରାଜ୍ୟର ଦଳୀୟ ନେତା AICC ନେତୃବୃନ୍ଦଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।
ତେବେ ମହା ଅଧିବେଶନ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି, ଯୋଗେଶ ସିଂ, ପ୍ରଫୁଲ୍ଲ ମାଝୀ ଓ ବରିଷ୍ଠ ନେତା ଅନନ୍ତ ସେଠୀଙ୍କୁ AICC ସଭ୍ୟ ପଦରୁ ବାଦ୍ ଦିଆଯାଇଥିବା ଚର୍ଚ୍ଚା ହେଉଛି।