ଦିଲ୍ଲୀରେ ଏଆଇସିସି ବୈଠକ: ଆସନ୍ତା ୫ ବର୍ଷ ପାଇଁ ହେଉଛି ଖସଡା ପ୍ରସ୍ତୁତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଛି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର  ମହା ଅଧିବେଶନ।  ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ଦାୟିତ୍ୱ ନେବା  ପରେ ଏହା ହେଉଛି ପ୍ରଥମ ଅଧିବେଶନ।

ଆସନ୍ତା ୫ ବର୍ଷ ପାଇଁ ଦଳ  ପାଇଁ ଖସଡା ପ୍ରସ୍ତୁତ ହେଉଛି।  ମୋଦି ସରକାରର ବିଫଳତାକୁ ନେଇ  ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚିବାକୁ ଷ୍ଟ୍ରାଟେଜି କରୁଛି।

୨୦୧୯  ସାଧାରଣ ନିର୍ବାଚନରେ ବିଜେପିକୁ କିଭଳି ଦଳ ଟକ୍କର ଦେଇପାରିବ,  ସେନେଇ ମାନସ ମନ୍ଥନ ଚାଲିଛି।  ଏପଟେ ରାଜ୍ୟର ଅନେକ କଂଗ୍ରେସ  ନେତା ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏଥର ଅଧିବେଶନରେ ଦେଶବ୍ୟାପି  କଂଗ୍ରେସକୁ କିଭଳି ଆଗକୁ ନିଆଯିବ, ସେ ସଂକ୍ରାନ୍ତରେ ଆଲୋଚନା  ହେବ।

ଓଡ଼ିଶା ଦୃଷ୍ଟିକୋଣରୁ ପ୍ରଦେଶ କଂଗ୍ରେସ କମିଟିରେ ଥିବା  ଅସନ୍ତୋଷ ଏହି ଅଧିବେଶନରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା  ହେଉଛି। ୧୮ ତାରିଖରେ ଅଧିବେଶନ ଶେଷ ହେବା ପରେ ୧୯  ତାରିଖରେ ରାଜ୍ୟର ଦଳୀୟ ନେତା ଏଆଇସିସି ନେତୃବୃନ୍ଦଙ୍କୁ  ଭେଟିବା କାର୍ଯ୍ୟକ୍ରମ ରହିଛି।

You might also like