ପୋଲିସ୍ ଉପସ୍ଥିତିରେ ଇମ୍ଫା କାରଖାନାରେ ଭଙ୍ଗାରୁଜା

ରାୟଗଡ଼ା: ରାୟଗଡ଼ାରେ ଥେରୁବାଲିର ଇମ୍ଫା କାରଖାନାରେ ଭଙ୍ଗାରୁଜା ହୋଇଛି। କାରଖାନା ଗେଟ୍ ବାହାରେ ଲାଗିଥିବା ସିସିଟିଭି, ଅନ୍ୟ କିଛି ଯନ୍ତ୍ରାଂଶ ଓ ଲାଇଟ୍ ଭାଙ୍ଗି ଦିଆଯାଇଛି। ପ୍ରାୟ ଶହେରୁ ଅଧିକ ଲୋକ ଏହି ଭଙ୍ଗାରୁଜାରେ ସାମିଲ ହୋଇଥିବା ସୂଚନା ମିଳିଛି। ଗତ ଦୁଇଦିନ ହେଲା ବିଭିନ୍ନ ଦାବିରେ ଗେଟ୍ ସାମ୍ନାରେ ଧାରଣା ଦେଇଛନ୍ତି ଆନ୍ଦୋଳନକାରୀ। ଗତକାଲି ରାତିରେ ସେମାନେ ଥେରୁବାଲି ଫାଣ୍ଡିକୁ ଯାଇ ଏସ୍‌ଡିପିଓଙ୍କୁ ୯ ଦଫା ଦାବିପତ୍ର ଦେଇଥିଲେ। ଆଉ ବୁଧବାର ଅପରାହ୍ନରେ ପୋଲିସ୍ ଉପସ୍ଥିତିରେ ଭଙ୍ଗାରୁଜା କରିଥିଲେ।

ଆନ୍ଦୋଳନକାରୀ କାରଖାନାର ମୁଖ୍ୟ ଫାଟକରେ ତାଲା ପକାଇବା ସହ ଅନ୍ୟାନ୍ୟ ରାସ୍ତା ଅବରୋଧ କରି ରଖିଛନ୍ତି। ଫଳରେ ଗତ ୩ ଦିନ ହେଲା ଇମ୍ଫା କାରଖାନା ସମ୍ପୂର୍ଣ୍ଣ ବନ୍ଦ ରହିଛି।

ଏଥିଯୋଗୁଁ କମ୍ପାନୀ ଉପରେ ନିର୍ଭର କରୁଥିବା ଦିନ ମଜୁରିଆମାନେ କାମକୁ ଯାଇପାରୁନାହାନ୍ତି। ଆନ୍ଦୋଳନକାରୀଙ୍କ ମଧ୍ୟରେ ଇମ୍ଫାର କୌଣସି କମ୍ପାନୀ କର୍ମଚାରୀ କିମ୍ବା ୟୁନିୟନ ଲିଡର ନଥିବାରୁ ଏହା ଏକ ଉଦ୍ଦେଶ ମୂଳକ ବୋଲି ଇମ୍ଫାର କର୍ପୋରେଟ୍ ଆଫେୟାର୍ସ ଆଣ୍ଡ ଲିଗାଲ୍ ହେଡ୍ କହିଛନ୍ତି।

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like