ପୁଣି ଉଦ୍ଧାର ହେଲା ୧୦ରୁ ଅଧିକ ନାଗ ସାପ
ଭଦ୍ରକ: ଭଦ୍ରକ ଧାମନଗରରେ ପୁଣି ଥରେ ଉଦ୍ଧାର ହୋଇଛି ନାଗ ସାପ। ଆଜି ଧାମନଗରର ଜୟନଗର କଣ୍ଟାବଣିଆ ଗ୍ରାମରୁ ୧୦ରୁ ଅଧିକ ନାଗ ସାପ ଉଦ୍ଧାର ହୋଇଛି।
କଣ୍ଟାବଣିଆ ଗ୍ରାମରେ ରହୁଥିବା ଗୌରାଙ୍ଗ ଜେନାଙ୍କ ଘରୁ ଏହି ସବୁ ସାପ ଉଦ୍ଧାର ହୋଇଛି । ଏକ ଶିଳ ତଳୁ ସାପ ଗୁଡ଼ିକୁ ଉଦ୍ଧାର କରାଯାଇଛି। ଗୌରାଙ୍ଗଙ୍କ ପୁଅ ଘର ଭିତରୁ ସାପ ଉଦ୍ଧାର କରିଛନ୍ତି।
ଗତ ୩ ଦିନ ଧରି ଧାମନଗର ଶ୍ୟାମପୁରରେ ବିଜୟ ଭୂୟାଁଙ୍କ ଘରରୁ ବାହରିଥିଲା ନାଗ ସାପ। ଛୋଟ ବଡ଼ ମିଶାଇ ୧୩୧ ନାଗ ସାପକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ସାପ ଗୁଡ଼ିକୁ ଗତକାଲି ଆନନ୍ଦପୁରର ହଦଗଡ଼ ଡ୍ୟାମ୍ ପାର୍ଶ୍ୱ ଜଙ୍ଗଲରେ ଛଡାଯାଇଥିଲା।