ପୁଣି ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଭିଡିଓ ଭାଇରାଲ

କେନ୍ଦ୍ରାପଡ଼ା: ପୁଣି ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଭିଡିଓ ଭାଇରାଲ ।  ଏଥର ଅଭିଯୋଗ ଆସିଛି କେନ୍ଦ୍ରାପଡ଼ାରୁ।  ଅଭିଯୋଗ ଅନୁସାରେ ଜଣେ ଛାତ୍ରୀଙ୍କ ସହ ସୌମ୍ୟରଞ୍ଜନ ବେହେରା ନାମକ ଜଣେ ଯୁବକ ପ୍ରେମ ସଂପର୍କ ରଖିଥିଲେ।  ଏହାପରେ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖି ଭିଡିଓ ରେକର୍ଡ଼ିଂ କରିଥିଲେ।

ପରେ ସେହି ଭିଡିଓ ମାଧ୍ୟମରେ ଯୁବତୀଙ୍କୁ  ବ୍ଲାକମେଲିଂ କରିବା ସହ ବାରମ୍ବାର ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ।  ଏମିତିକି କଥା ନମାନିଲେ ପରିବାର ଲୋକଙ୍କୁ ମାରିଦେବା ଧମକ ଦେଉଥିବା ପୀଡିତା ଅଭିଯୋଗ କରିଛନ୍ତି।

ଏମିତିକି ଘଟଣା ନେଇ ଛାତ୍ରୀ ଜଣଙ୍କ ତିନିଥର  ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ କହିଛନ୍ତି।  ଏହାପରେ ମଧ୍ୟ ଭିଡିଓ ଭାଇରାଲ ହେବା ପରେ ଛାତ୍ରୀ ଜଣଙ୍କ ଥାନାରେ ଏତଲା ଦେଇଛନ୍ତି।  ଅଭିଯୋଗ ଅଧାରରେ  ଡେରାବିଶ ପୋଲିସ ଦୁଇଜଣଙ୍କୁ ଅଟକ ରଖିଥିବା ସୂଚନା  ମିଳିଛି।

You might also like