ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ

ଭୁବନେଶ୍ୱର: ମାତୃଭାଷା, ଗଣିତ ଓ ଇଂରାଜୀ ବିଷୟରେ ପ୍ରଶ୍ନପତ୍ର ଭାଇରାଲ ପରେ ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଆଜି ଥିବା ବିଜ୍ଞାନ ପ୍ରଶ୍ନପତ୍ର କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଭାଇରାଲ ହୋଇଥିବା ନେଇ ଅଭିଯୋଗ ଆସିଛି।

ସକାଳ ୯ଟାରେ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୯ଟା ୩୦ରେ ହ୍ୱାଟ୍ସଆପରେ ପ୍ରଶ୍ନପତ୍ର ଭାଇରାଲ ନେଇ ଅଭିଯୋଗ ହୋଇଥିଲା।

ପ୍ରଶ୍ନପତ୍ର ଭାଇରାଲକୁ ସଂପୂର୍ଣ୍ଣ ଗୁଜବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।

You might also like