ପୁଣି ମାଓ ପୋଷ୍ଟର

ନୂଆପଡ଼ା: ପୁଣି ମାଓ ପୋଷ୍ଟର।  ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ନିଲାଜି ଓ କର୍ଲାଖମାର ଗାଁରେ ଶତାଧିକ ସଂଖ୍ୟାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି।

ମେନପୁର-ନୂଆପଡ଼ା ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ମରାଯାଇଥିବା ଜଣାପଡିଛି। ପୋଷ୍ଟରରେ ମହିଳା ମାଓବାଦୀ ସୁମିତ୍ରା ଧରୁଆ, ମକରନ ପହରିଆ ଓ ଯୁସୁଫ ମହମ୍ମଦକୁ ମୁକ୍ତ କରିବାକୁ ଦାବି ହୋଇଛି।

ମାଓବାଦୀ ନାଁରେ ପୋଲିସ ସାଧାରଣ ଜନତାଙ୍କୁ ହଇରାଣ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।  ସସପ୍ତାହକ ତଳେ ଆତ୍ମସମର୍ପଣ କରିଥିବା ସୁମିତ୍ରା ଏପର୍ଯ୍ୟନ୍ତ ଅଟକ ଥିବା ଜଣାପଡିଛି।

You might also like